AFFILIATE MARKETING

https://binomo.com?a=90810425bb57&t=0

Tuesday, August 22, 2023

DIG ପତ୍ନୀଙ୍କ ହୋମଗାର୍ଡ ଙ୍କୁ ନିର୍ଯ୍ୟାତନା ମାମଲା

 COASTAL NEWS Odia 461

DIG ପତ୍ନୀଙ୍କ ହୋମଗାର୍ଡ ଙ୍କୁ ନିର୍ଯ୍ୟାତନା ମାମଲା



ଅନୁଗୁଳ : ଅସହ୍ୟ ହେଲା DIG ପତ୍ନୀଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଅନୁଗୁଳରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ । ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ମହିଳା ହୋମଗାର୍ଡ ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତା କରାଯାଇଛି । ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡ ହେଲେ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ । ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲା । ପୋଲିସ ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମହିଳା ହୋମଗାର୍ଡ ।

ଅଭିଯୋଗ ସେ ଦର୍ଶାଇଛନ୍ତି, ସାତ ମାସ ତଳେ ଡିଆଇଜିଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ । ଚାକିରି ନେଇଯିବାକୁ ଦେଉଥିଲେ ଧମକ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ । ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଞ୍ଚି ଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ଦୁଇ ଗୋଡ଼ ହରାଇଛନ୍ତି ।

ସେପଟେ DIG ପତ୍ନୀ ନିର୍ଯାତନା ମାମଲାରେ DIG ବ୍ରିଜେଶ ରାୟଙ୍କ ପ୍ରତିକ୍ରିୟା ମିଳିଛି। ସଂପୃକ୍ତ ମହିଳା ହୋମ ଗାର୍ଡଙ୍କୁ ଡ଼ିଉଟି ବଦଳାଇବାକୁ କୁହାଯାଇଥିଲା। ତାଙ୍କୁ ରିଜର୍ଭ ପୋଲିସରେ ଡ଼ିଉଟି କରିବାକୁ କୁହାଯାଇଥିଲା। ଘଟଣା ଦିନ ତାଙ୍କ ଭଉଣୀଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେ ଡ଼ାକ୍ତର୍ ଖାନା ଯାଇଥିଲେ। ତାପରେ ଏହି ଦୁର୍ଘଟଣା ହୋଇଛି। ତାଙ୍କୁ କେହି ଉସୁକାଇ ଏଭଳି କରୁଥିବା ଅନୁମାନ କରାଯାଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...