AFFILIATE MARKETING

https://binomo.com?a=90810425bb57&t=0

Saturday, August 26, 2023

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

 COASTAL NEWS Odia 505

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ




ଭୁବନେଶ୍ବର - ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କାମରେ ସର୍ବାଧିକ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୫୯.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଛନ୍ତି । ୫୭.୭ ପ୍ରତିଶତ ସହ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ୫୫.୩ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ୪୯.୨ ପ୍ରତିଶତ ଲୋକଙ୍କ ପସନ୍ଦ ସହ ପଞ୍ଚମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ନିର୍ବାଚନ ପାଖେଇବା ସହ ସବୁ ରାଜ୍ୟରେ ସରକାରଙ୍କ ସମୀକ୍ଷା ଚାଲିଛି। ଲୋକପ୍ରିୟତା ସହ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରୁଛନ୍ତି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ।

 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...