AFFILIATE MARKETING

https://binomo.com?a=90810425bb57&t=0

Friday, August 25, 2023

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି

 COASTAL NEWS Odia 492

ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି



ଭୁବନେଶ୍ବର - ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୭ଶହ ପାର କରିସାରିଛି। ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍‌ ପାଲିଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ସ୍ଥିତ ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ ଡେଙ୍ଗୁ ଚିହ୍ନଟ କରାଯାଇଥିବା ଆଚାର୍ଯ୍ୟ ବିହାରରୁ ୧୦୫, ଜୟଦେବ ବିହାରରୁ ୬୬, ୟୁନିଟ୍‌ ୯ରୁ ୫୯, ସହିଦ ନଗରରୁ ୫୬, ୟୁନିଟ୍ ୪ରୁ ୫୦ ଓ ସତ୍ୟନଗରରୁ ୪୯ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୭୦, ବାଲେଶ୍ୱରରୁ ୨୪୮, କଟକରୁ ୧୭୩ ଓ ଜଗତସିଂହପୁରରୁ ୧୫୬ଜଣ ରୋଗୀ ଚିହ୍ନଟ କରାଯାଇଛି।

ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୬୦୦ରୁ ୮୦୦ ରକ୍ତ ନମୂନା ପରୀକ୍ଷା କରାଯାଉଥିବା ବେଳେ ସେଥିରୁ ୭୦ରୁ ୮୦ ପିଜିଟିଭ ଚିହ୍ନଟ ହେଉଛନ୍ତି। ଏଯାବତ୍ ରାଜ୍ୟରେ ୪୦ହଜାର ୬୧୭ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଗତବର୍ଷ ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ  ତୁଳନାରେ ଚଳିତ ବର୍ଷ୫୦ ପ୍ରତିଶତ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି। ଡେଙ୍ଗୁ ସ୍ଥିତି ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଏହାସହ ସିଏଚସି ଗୁଡ଼ିକରେ ୧୦ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ବୋଲି  ନିଷ୍ପତ୍ତି ନିଆଯାଇଛି। 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...