AFFILIATE MARKETING

https://binomo.com?a=90810425bb57&t=0

Wednesday, August 23, 2023

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

 COASTAL NEWS Odia 472

   ଶାରଦା  ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ


ବାଲେଶ୍ୱର, ୨୩।୮ : ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉଭୟଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଫକୀରମୋହନ ଗୋଲେଇରେ ଥିବା ସୁଧାଞ୍ଜଳି ଟାୱାରରେ ୨୦୧୦ ଜାନୁୟାରୀରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲିଥିଲା। ଏହା ଅଧିକ ସୁଧ ଏବଂ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଓ ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ମାଧ୍ୟମରେ ଟଙ୍କା ଉଠାଉଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରାଯାଉଥିଲା। ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍‌ ଯଥା ସାରଦା ରିୟଲିଟି ଓ ସାରଦା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜମାକାରୀଙ୍କଠାରୁ ୪କୋଟି ୧୬ଲକ୍ଷ ଟଙ୍କା ଠକି ନେଇଥିଲା। ୨୦୧୩ ଜାନୁୟାରୀରୁ ସଂସ୍ଥା ଲୋକଙ୍କ ପ୍ରାପ୍ୟ ଟଙ୍କାକୁ ଫେରସ୍ତ ବନ୍ଦ କରିବା ସହ ସେହିବର୍ଷ ଏପ୍ରିଲରୁ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଫିସ୍‌କୁ ବନ୍ଦ କରିଥିଲା। ଜମାକାରୀମାନେ ବାଧ୍ୟ ହୋଇ କମ୍ପାନୀର ମୁଖ୍ୟ ସୁଦୀପ୍ତ ସେନଙ୍କ ସମେତ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଂଲା ଥାନା ଅଧୀନ ସିଂଲା ଅଞ୍ଚଳର ଗିରିଜା ଶଙ୍କର ଦାଶଙ୍କ ଅଭିଯୋଗ ଅନୁସାରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସିଟି ମାମଲା(ନଂ.୯(ସି)/୨୦୧୬) ରୁଜୁ କରାଯାଇଥିଲା। ପରେ ଏହା ଇଓଡବ୍ଲ୍ୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଜ୍‌ ବିଶ୍ୱଜିତ ଦାସ ୬୫ଜଣ ସାକ୍ଷ୍ୟ ଓ ୧୪୪ଟି ଦଲିଲ୍‌ ଦସ୍ତାବିଜ୍‌କୁ ଭିତ୍ତିକରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ବାସୁଦେବ ସାମଲ ଓ ସହଦେବଖୁଣ୍ଟା ମଡେଲ ଥାନା ରାଣୀପାଟଣା ଅଞ୍ଚଳର ବିଚିତ୍ରାନନ୍ଦ ଦାସଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବାଲେଶ୍ୱର ତହସିଲ ଅଧୀନ ଶ୍ରୀକୋଣା ମୌଜାରେ ୧୩ଏକର ୬୪ ଡିସିମିଲ ଜମିକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...