AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ରାଜଧାନୀରୁ CBI  ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍‌ ମାମଲାରେ ମୋଟ୍‌ ୮ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ। ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଧରିଛି ପୁଲିସ। ଆଉ ଜଣଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି କମିଶନରେଟ୍ ପୁଲିସ। ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତିରେ ନନ୍ଦନ ବିହାର ସ୍ଥିତ ନିଜ ଘରେ ଥିଲେ ନିବାରଣ ପାଣି ଓ ତାଙ୍କ ପୁଅ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରେ ତଲାସି ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ। ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସେହି ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌। ସୋମବାର କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।

 COASTAL NEWS Odia 537

ନକଲି ସିବିଆଇ ଅଧିକାରୀ ଗିରଫ 



ଭୁବନେଶ୍ବର - ରାଜଧାନୀରୁ CBI  ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍‌ ମାମଲାରେ ମୋଟ୍‌ ୮ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ। ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଧରିଛି ପୁଲିସ। ଆଉ ଜଣଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି କମିଶନରେଟ୍ ପୁଲିସ।

ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତିରେ ନନ୍ଦନ ବିହାର ସ୍ଥିତ ନିଜ ଘରେ ଥିଲେ ନିବାରଣ ପାଣି ଓ ତାଙ୍କ ପୁଅ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରେ ତଲାସି ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ।

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସେହି ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌।

ସୋମବାର କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...