AFFILIATE MARKETING

https://binomo.com?a=90810425bb57&t=0

Sunday, August 20, 2023

ସ୍ମାର୍ଟ ଫୁଲ କୁଣ୍ଡ

 COASTAL NEWS Odia 445

ସ୍ମାର୍ଟ ଫୁଲ କୁଣ୍ଡ 



ରେଙ୍ଗାଲି: ବିଗତ ଦିନରେ ରୋବଟିକ୍‌‌ ନର୍ସ, ଇ-ମାସ୍କ୍‌‌, ଟେମ୍ପରିଂ ପ୍ରୁଫ୍‌‌ ଭୋଟିଂ ମେସିନ୍‌‌, ଅଟୋ ଫ୍ଲସ୍‌‌ ଟଏଲେଟ୍‌‌, ରାସ୍ତାରୁ ବିଦ୍ୟୁତ ଶକ୍ତି ଉତ୍ପାଦକ ମେସିନ୍‌‌, ପଙ୍ଖା ଏବଂ ଲାଇଟ୍‌‌ ଯୁକ୍ତ ହେଲମେଟ୍‌‌ ଆଦି ମେସିନ୍‌‌ ଉଦ୍ଭାବନ କରି ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିବା ରେଙ୍ଗାଲିର ଯୁବ ଇଞ୍ଜିନିୟର ଆଶିଷ ମହାଣା ଏବେ ଉଦ୍ଭାବନ କରିଛନ୍ତି ସ୍ମାର୍ଟ ଗମଲା। ଏହା ଉଦ୍ୟାନ ପ୍ରେମୀଙ୍କ ପାଇଁ ଖୁସିର ଖବର। ସାଧାରଣତଃ ପ୍ରାୟ ସମସ୍ତେ ନିଜ ନିଜ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଗଛ ଏବଂ ଅନ୍ୟାନ୍ୟ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି। ସୁନ୍ଦର ଉଦ୍ୟାନ ସମସ୍ତଙ୍କୁ ଆକୃଷ୍ଟ କରିଯାଏ। ଉଦ୍ୟାନରେ ଲାଗିଥିବା ଗଛ ବଞ୍ଚିବା ପାଇଁ ମୁଖ୍ୟ ଆବଶ୍ୟକତା ହେଉଛି ପାଣି। କାର୍ଯ୍ୟବ୍ୟସ୍ତତା କିମ୍ବା ଜରୁରୀ କାମ ପାଇଁ କିଛିଦିନ ବାହାରକୁ ଗଲେ ପାଣି ଅଭାବରୁ ଗଛ ମରିଯାଇ ଉଦ୍ୟାନ ଶ୍ରୀହୀନ ହୋଇଯାଇଥାଏ। ସାଂପ୍ରତିକ ବ୍ୟସ୍ତବହୁଳ ଜୀବନରେ ଉଦ୍ୟାନ ପାଇଁ ଆବଶ୍ୟକ ସମୟ ଦେଇପାରୁ ନଥିବା ଉଦ୍ୟାନ ପ୍ରେମୀଙ୍କ ପାଇଁ ସ୍ମାର୍ଟ ଗମଲା ଖୁବ୍‌‌ ସହାୟକ ହେବ ବୋଲି ଯୁବ ଇଞ୍ଜିନିୟର ଆଶିଷ ମହାଣା କହିଛନ୍ତି। ଇଂ ଆଶିଷ ମହାଣାଙ୍କ କହିବା ଅନୁଯାୟୀ ଉଦ୍ୟାନରେ ଥିବା ଗଛଗୁଡିକର ମାଟି ଶୁଖିଯାଇ ପାଣିର ଆବଶ୍ୟକତା ପଡ଼ିଲେ ଅଟୋମେଟିକ୍‌‌ ପାଣି ଯୋଗାଇ ଦେବାର କ୍ଷମତା ସ୍ମାର୍ଟ ଗମଲାରେ ନିହିତ ରହିଛି।

ସ୍ମାର୍ଟ ଗମଲା ପାଇଁ ମାତ୍ର ୨ଶହରୁ ୩ଶହ ଟଙ୍କା ଖର୍ଚ୍ଚ ହେଉଛି। ଗମଲାରେ ମୋଇସ୍‌‌ଚର୍‌‌ ସେନ୍‌‌ସର୍‌‌ ଖଞ୍ଜା ଯାଇଥାଏ। ଘରେ ପଡ଼ିଥିବା ରଙ୍ଗ ଡବାକୁ ପାଣି ଟାଙ୍କି ରୂପେ ବ୍ୟବହାର କରି ୧୨ ଭୋଲ୍ଟର ଡିସି ମୋଟର(ସବ୍‌‌ମର୍‌‌ସେବୁଲ୍‌‌) ଲଗାଇ ଉକ୍ତ ଟାଙ୍କି ଉପରେ ଗମଲାକୁ ରଖାଯାଇଥାଏ। ଟାଙ୍କି ରୂପେ ବ୍ୟବହୃତ ଡବାରେ ପାଣି ଭର୍ତ୍ତି କରି ତା’ଉପରେ ଗମଲାକୁ ରଖା ଯାଇଥାଏ। ସ୍ମାର୍ଟ ଗମଲାରେ ଲାଗିଥିବା ମୋଇସ୍‌‌ଚର୍‌‌ ସେନ୍‌‌ସର୍‌‌ ମେସିନ୍‌‌ ଏବଂ ପାଣି ଟାଙ୍କିରେ ଲାଗିଥିବା ୧୨ ଭୋଲ୍ଟ ଡିସି ମୋଟର/ବ୍ୟାଟେରୀ ସୋଲାର ପାନେଲ୍‌‌ କିମ୍ବା ମୋବାଇଲ ଚାର୍ଜର ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇପାରିବ। ଟାଙ୍କିରେ ପୂର୍ଣ୍ଣ ମାତ୍ରାରେ ପାଣି ଭର୍ତ୍ତି କରି ରଖିଲେ ଟାଙ୍କିର ଆୟତନ ଅନୁସାରେ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ଗଛକୁ ପାଣି ଯୋଗାଇପାରେ। ସ୍ମାର୍ଟ ଗମଲାର ବିଶେଷତ୍ୱ ହେଉଛି ଯେତେବେଳେ ଗମଲାରେ ଲାଗିଥିବା ଗଛର ମାଟି ଶୁଖିଯିବ ସେତେବେଳେ ଗମଲାରେ ଲାଗିଥିବା ସେନ୍‌‌ସର୍‌‌ ଅଟୋମେଟିକ୍‌‌ ଷ୍ଟାର୍ଟ ହୋଇଯିବ ଏବଂ କିଛି ସମୟ ପରେ ପାଣି ଟାଙ୍କିରେ ଲାଗିଥିବା ମୋଟର ମଧ୍ୟ ସ୍ୱତଃପ୍ରବୃତ୍ତ ଷ୍ଟାର୍ଟ ହୋଇ ଗମଲାରେ ପାଣି ଭର୍ତ୍ତି ହେଲା ପରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯିବାର ବ୍ୟବସ୍ଥା ରହିଛି। ଏଭଳି ଅଟୋ ଷ୍ଟାର୍ଟଅଫ୍‌‌ ସିଷ୍ଟମରେ ନିର୍ମିତ ଗମଲା ଆଜିକାଲିର କାର୍ଯ୍ୟବ୍ୟସ୍ତ ଜୀବନରେ ଜରୁରୀ କାମ ପାଇଁ କିଛି ଦିନ ବାହାରକୁ ଗଲେ ମଧ୍ୟ ସ୍ମାର୍ଟ ଗମଲା ଉଦ୍ୟାନରେ ଥିବା ଫୁଲ ଗଛକୁ ପାଣି ଦେଇ ବଞ୍ଚାଇ ପାରିବ। ଏହା ଉଦ୍ୟାନ ପ୍ରେମୀଙ୍କ ପାଇଁ ଖୁବ୍‌‌ ସହାୟକ ହୋଇ ପାରିବ ବୋଲି ଇଂ ମାହାଣା ଆଶାପ୍ରକାଶ କରିଛନ୍ତି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...