AFFILIATE MARKETING

https://binomo.com?a=90810425bb57&t=0

Sunday, August 20, 2023

ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ

 COASTAL NEWS 442

ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ



ବୌଦ୍ଧ - ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ। ଏହାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ପ୍ରଧାନ ଶିକ୍ଷକ ଜଣଙ୍କ ଏତେ ବୁଡ଼ି ଯାଇଥିଲେ ଯେ ସେ ପିଲାମାନଙ୍କୁ ଦିନ ୨ ଟା ଯାଏ ମଧ୍ୟାହ୍ନ ଭୋଜନ ମଧ୍ୟ ଦେବାକୁ ଭୁଲି ଯାଇଥିଲେ। ମଧ୍ୟାହ୍ନ ଭୋଜନ ନ ଦେଇ ସେ ସାଙ୍ଗ ସହ ମିଶି ସ୍କୁଲରେ ମଦ ପିଉଥିଲେ ବୋଲି ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ କ୍ଲାସରୁମରେ ହିଁ ମଦ ପିଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଜାବର୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସ୍କୁଲ ଭଳି ପବିତ୍ର ସ୍ଥାନରେ ଖୋଦ ପ୍ରଧାନ ଶିକ୍ଷକ ମଦ ପିଇ ମାତାଲ ହେବା ସମସ୍ତଙ୍କୁ ଚକିତ କରିଛି। ପ୍ରଧାନ ଶିକ୍ଷକ ସୁନୀଲ କୁମାର ନିଜ ସହକର୍ମୀଙ୍କ ସହିତ ମିଶି ଏପରି କାଣ୍ଡ ଘଟାଇଛନ୍ତି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡ଼ା ପଞ୍ଚାୟତ ଅନ୍ତର୍ଗତ ଜାବର ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ପୂରା ଘଟଣା ଘଟିଥିଲା। ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ ସ୍କୁଲର ଶ୍ରେଣୀ ଗୃହ ଭିତରେ ନିଜ ସହକର୍ମୀଙ୍କ ସହିତ ମଦ୍ୟପାନ କରୁଥିବା ଖବର ମିଳିଥିଲା। ଏହାପରେ କେହି ଜଣେ ଗୁପ୍ତ ଭାବେ ସୁନୀଲ କୁମାରଙ୍କ ଏପରି କାରନାମାର ଭିଡିଓ ଶୁଟିଂ କରି ଦେଇଥିଲା। ଏହା ଭାଇରାଲ ହେବା ପରେ ସମସ୍ତେ ଘଟଣା ବିଷୟରେ ଜାଣିବାକୁ ପାଇଛନ୍ତି।

ସ୍କୁଲର ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଦେବା ବଦଳରେ ପ୍ରଧାନ ଶିକ୍ଷକ ସୁନୀଲ ମାଲ୍‌ ପିଇଥିଲେ। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଅପେକ୍ଷା କରିଥିବା ବେଳେ ସୁନୀଲ କିନ୍ତୁ ମଦ ପିଇବାରେ ବ୍ୟସ୍ତ ଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଦୈନିକ ଏଭଳି କାମ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଶିକ୍ଷାର ମନ୍ଦିରରେ ଏପରି ମଦର ଆସର ଜମୁଥିବା ଚର୍ଚ୍ଚା ହେଉଛି।

ଏବେ ଜାବର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଘଟଣାକୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...