AFFILIATE MARKETING

https://binomo.com?a=90810425bb57&t=0

Sunday, August 27, 2023

ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି

 COASTAL NEWS Odia 508

ଦେଶରେ ୧୧୭ କୋଟି ଟେଲିକମ୍ ଗ୍ରାହକ: ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୧୪ କୋଟି

ନୂଆଦିଲ୍ଲୀ: ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି


ରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟାରେ ମାତ୍ର ୦.୧୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତମାସ ୨୨ ତାରିଖରେ ଭାରତୀୟ ଟେଲିକମ୍ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।

ଜୁନ ମାସରେ ମୁଖ୍ୟତଃ ରିଲାଏନ୍ସ ଜିଓ ଏବଂ ‌ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟା ବୃଦ୍ଧି ଘଟିଛି। ଜୁନ ମାସରେ ରିଲାଏନ୍ସ ଜିଓ ନେଟୱର୍କରେ ୨.୨୭ ନିୟୁତ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ସେହିଭଳି ଭାରତୀ ଏୟାରଟେଲ ଉକ୍ତ ମାସରେ ୧.୪ ନିୟୁତ ନୂଆ ଗ୍ରାହକ ଯୋଡ଼ିଛି। କିନ୍ତୁ ଅନ୍ୟପକ୍ଷରେ ସରକାରୀ କମ୍ପାନି ବିଏସଏନଏଲ, ଏମଟିଏନଏଲ ସହିତ ‌ଘରୋଇ କମ୍ପାନି ଭୋଡ଼ାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇଛନ୍ତି। ବିଏସଏନଏଲ ଜୁନ ମାସରେ ୧.୮୭ ନିୟୁତ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୨୮ ନିୟୁତ ଏବଂ ଏମଟିଏନଏଲ ୧,୫୨,୯୧୨ ଜଣ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଜୁନ ମାସରେ ୩,୭୩,୬୦୨ ଜଣ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଦେଶରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୪.୩୫୮ କୋଟିକୁ ବୃଦ୍ଧି ପାଇଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୧୧୪.୩୨୧ କୋଟି ରହିଥିଲା। ଅର୍ଥାତ ଏଥିରେ ମାସିକ ବୃଦ୍ଧି ମାତ୍ର ୦.୦୩ ପ୍ରତିଶତ ହୋଇଛି।

ଜୁନ ମାସରେ ଦେଶରେ ‌ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୮୬୧.୪୭ ନିୟୁତରେ ପହଞ୍ଚିଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୮୫୬.୮୧ ନିୟୁତ ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ୦.୫୪ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ୫ଟି ବଡ଼ ସେବା ପ୍ରଦାନକାରୀଙ୍କ ନିକଟରେ ୯୮.୩୭ ପ୍ରତିଶତ ବ୍ରଡବ୍ୟାଣ୍ଡ ଗ୍ରାହକ ରହିଛନ୍ତି। ସେମାନେ ହେଲେ ରିଲାଏନ୍ସ ଜିଓ ଇ‌ନଫୋକମ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ, ବିଏସଏନଏଲ ଏବଂ ଆଟରିଆ କନଭରଜେନ୍ସ।



No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...