AFFILIATE MARKETING

https://binomo.com?a=90810425bb57&t=0

Sunday, August 20, 2023

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ

 COASTAL NEWS 438 

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ



ଦିଲ୍ଲୀ - ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ତାଙ୍କର ଜଣେ ସାଙ୍ଗର ୧୪ ବର୍ଷର ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଆଇପିସିର ଏକାଧିକ ଧାରା ସହିତ ପୋକ୍ସୋ ଆକ୍ଟ ଲଗାଇ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ଉକ୍ତ ଅଧିକାରୀଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଢ଼ୁଛନ୍ତି। ୨୦୨୦ରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୦ରୁ ୨୦୨୧ ମଧ୍ୟରେ ଅଭିଯୁକ୍ତ ଝିଅଟିକୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ଏପରିକି ନାବାଳିକା ଜଣଙ୍କ ଥରେ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ଏ ବିଷୟରେ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ। ତାଙ୍କ ପତ୍ନୀ ତାଙ୍କ ପୁଅ ହାତରେ ଔଷଧ ମଗାଇ ଝିଅଟିର ଗର୍ଭପାତ କରାଇଥିଲେ।

ନାବାଳିକା ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେଲେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ଘଟଣା ନେଇ ତଦନ୍ତ ଜାରି ରହିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...