AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ

 COASTAL NEWS Odia 547

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ






 

ଲଣ୍ଡନ: ତୁର୍କୀର ଦକ୍ଷିଣାଞ୍ଚଳର ଉଲାସ୍‌ଠାରେ ବାସ କରୁଥିବା ଏକ ପରିବାରକୁ ନେଇ ଗବେଷକଙ୍କ ଘୋର୍‌ ଚିନ୍ତା। ଏହି ପରିବାରର ୧୯ ସଦସ୍ୟଙ୍କ ମଧ୍ୟରୁ ୬ଜଣ ଚାରି ଗୋଡ଼ିଆ ପ୍ରାଣୀଙ୍କ ଭଳି ଦୁଇଗୋଡ଼ ଓ ଦୁଇ ହାତରେ ଚାଲନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୪ଜଣଙ୍କୁ ସବୁବେଳେ ଚାରି ଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଥିବା ଦେଖିବାକୁ ମିଳେ। ଏହାର କାରଣ ସମ୍ପର୍କରେ ଚିକିତ୍ସକମାନେ ଅନୁଧ୍ୟାନ କରିଥିଲେ ମଧ୍ୟ ନିଷ୍କର୍ଷରେ ପହଞ୍ଚିପାରି ନାହାନ୍ତି। ସେମାନଙ୍କୁ ନେଇ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍‌ (ବିବିସି) ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ଏହା ବିଶ୍ବସ୍ତରୀୟ ଗବେଷକଙ୍କ ନଜରକୁ ଆସିଥିଲା। ଏହା ପରଠାରୁ ସେମାନଙ୍କୁ ନେଇ ଗବେଷଣା ଜାରି ରହିଛି। ଆଦିମ ମଣିଷ କ୍ରମଶଃ ସଳଖ ହୋଇ ଚାଲିଥିବା ବେଳେ ଏମାନେ କ୍ରମଶଃ ଆଦିମ ମଣିଷ ପରି ଚାଲୁଥିବା ଓ ସିମ୍ପାଞ୍ଜି ପରି ଆଚରଣର କାରଣ ସେମାନେ ଖୋଜୁଛନ୍ତି।

ସୂଚନାନୁଯାୟୀ, ଉଲାସ ପରିବାର ବିଶ୍ବରେ ବିରଳ। ଏହାର ୪ ଭଉଣୀ ଓ ଦୁଇ ଭାଇ ଜନ୍ମରୁ ଏଭଳି ଚାଲିବା ଆରମ୍ଭ କରିଥିଲେ। ବୟସ ବଢ଼ିବା ସହ ଏଥିରେ ସେମାନଙ୍କର ପରିବର୍ତ୍ତନ ହୋଇ ନଥିଲା। ଇତିମଧ୍ୟରେ ଦୁଇ ଭଉଣୀଙ୍କ ମୃତ୍ୟୁ ହେଲାଣି। ତିନି ନିୟୁତ ବର୍ଷ ପୂର୍ବେ ସୃଷ୍ଟ ଜୀବ କ୍ରମ ବିବର୍ତ୍ତନ ଆଧାରରେ ପଶୁରୁ ମଣିଷ ହୋଇ ୪ ଗୋଡ଼ରୁ ଦୁଇ ଗୋଡ଼ରେ ଚାଲିବାର ପ୍ରମାଣ ରହିଛି; କିନ୍ତୁ ମଣିଷ ପଶୁ ଭଳି ଚାଲିବା ବା ଆଚରଣ କରିବା ଆଶ୍ଚର୍ଯ୍ୟଜନକ ବୋଲି ଲିଭରପୁଲ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ ଆଧୁନିକ ଓ ଆଦିମ ମଣିଷ ମଧ୍ୟରେ ରହିଥିବା ଯୋଗସୂତ୍ରକୁ ହରାଇଥିବା ଅନେକ ବିଶ୍ବାସ କରୁଛନ୍ତି। ଏହାକୁ ଏକ ପ୍ରକାର ଗୁଣସୂତ୍ର ଆଧାରିତ ବ୍ୟାଧି ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...