COASTAL NEWS Odia 473
ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ
ଗୋଆ --ଦୁନିଆରେ ଆଜିବି ଏମିତି କିଛି ଅଦ୍ଭୁତମୟ ରହସ୍ୟ ଦେଖିବାକୁ ମିଳେ। ଯାହା ଆଜିବି ବିଶ୍ଵରେ ରହସ୍ୟ ଘେରରେ ରହିଆସିଛି। ଠିକ ସେମିତି ଆଶ୍ଚର୍ଯ୍ୟକଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଆର ଚର୍ଚ୍ଚରେ।
ଅନେକ ସମୟରେ ରହସ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଏ। କିଛି କିଛି ଜାଗାରେ ସଫଳତା ମିଳେ ଆଉକିଛି ଲୁଚିଯାଏ। ଗୋଆର ଏକ ରହସ୍ୟମୟ କଥା ଏହାର ଏକ ଉଦାହରଣ। ପ୍ରକୃତରେ ଗୋଆର ଚର୍ଚ୍ଚରେ ୪୫୦ବର୍ଷ ହେଲାଣି ଏକ ମୃତ ଶବକୁ ରଖାଯାଇଛି। କିନ୍ତୁ ସେ ଶବଟି ଏବେବି ସତେଜ ହୋଇକି ରହିଛି। ଶବଟି କୌଣସି ପ୍ରକାରର ନଷ୍ଟ ନ ହୋଇ କିପରି ରହି ପାରିଛି ଏତେ ବର୍ଷ ତାହା ନିଶ୍ଚୟ ଭାବରେ ମନରେ ଆଗ୍ରହ ସୃଷ୍ଟି କରୁଛି। ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରେ ଯେ, ସେହି ଶବଟିରୁ ରକ୍ତ ଝରେ ଆଉ ହଁ ମଣିଷଙ୍କ ପରି ନଖ ମଧ୍ୟ ବଢେ। ଏବେ ଏହା ଆମକୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ଯେ, ଏ କୋଉ ଭୂତ କି ପ୍ରେତଙ୍କର ଅଲୌକିକ କାଣ୍ଡ ନୁହଁ। ଏହି ଶରୀରଟି ସ୍ପେନର ଫ୍ରାନ୍ସିସ ଜାଭିୟରଙ୍କର ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ଗୋଆ - ଯିଏ କି ୧୫୦୬ ଖ୍ରୀଷ୍ଟାବ୍ଦ ଏପ୍ରିଲ ୫ରେ ଜନ୍ମ ନେଇଥିଲେ। କୁହାଯାଏ ସେ ଗୋଆରେ ଶାସନ କରୁଥିଲେ ଓ ସେତେବେଳେ ତାଙ୍କୁ ସାଧୁ ବୋଲି ସମସ୍ତେ ମାନୁଥିଲେ। ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ସେ ଥିଲେ ଖ୍ରୀଷ୍ଟଧର୍ମର ପ୍ରଚାରକ। ଲୋକଙ୍କ କହିବା ଅନୁସାରେ ସେ ଅନେକ ଭଲ କାମ କରିଛନ୍ତି। ଦଶ ବର୍ଷ ଭିତରେ ସେଣ୍ଟ ଜାଭିୟର ମିଶନ ସମୟରେ ୫୨ଟି ରାଜ୍ୟରେ ଯୀଶୁଙ୍କ ପ୍ରସାର କରିଥିଲେ। କେବଳ ଭାରତ ନୁହଁ, ଚୀନ ଓ ଜାପାନରେ ମଧ୍ୟ ସେ ନିଜର ଦକ୍ଷତା ଦେଖାଇଥିଲେ। କୁହାଯାଏ ସେ ଏକ ସମୁଦ୍ର ଯାତ୍ରାରେ ଚୀନ ଯାଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ଶିଷ୍ୟ ମାନଙ୍କୁ କହିଥିଲେ ସେ ମରିବା ପରେ ତାଙ୍କ ଶବକୁ କବରରେ ରଖିବାକୁ। ଆଉ ଏହି କବରରେ ଥିବା ତାଙ୍କ ଶବ ଆଜିବି ସେମିତି ସତେଜ ହେଇକି ରହିଛି।
.jpg)
 
 
No comments:
Post a Comment