COASTAL NEWS Odia 524
ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍୧ ସେପ୍ଟେମ୍ବର ୨ରେ ଲଞ୍ଚ୍ ହେବ। ସକାଳ ୧୧.୫୦ରେ ଲଞ୍ଚ୍ ସମୟ ସ୍ଥିର କରାଯାଇଛି। ଏହା ଶ୍ରୀହରିକୋଟାଠାରୁ ଆରମ୍ଭ ହେବ। ଭାରତର ଆଦିତ୍ୟ-ଏଲ୍୧ ମିଶନ ସୂର୍ଯ୍ୟଙ୍କ ଅଦୃଶ୍ୟ କିରଣ ଏବଂ ସୌର ଉଦ୍ଗିରଣରୁ ମୁକ୍ତ ଶକ୍ତିର ରହସ୍ୟ ଅନୁଧ୍ୟାନ କରିବ।
ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍ ମିଶନ ହେବ। ଏଲ୍୧ ଚତୁଃପାର୍ଶ୍ୱରେ ଥିବା କକ୍ଷରୁ ଆଦିତ୍ୟ-ଏଲ୍୧ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଚଳାଇବ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ଓ୍ବେଭ୍ ବ୍ରାଣ୍ଡ୍ର ୭ଟି ପ୍ଲେଲୋଡ୍ ରହିବ। ଆଦିତ୍ୟ-ଏଲ୍୧ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ଏହାର ଭିଜିବଲ୍ ଏମିଶନ ଲାଇନ କରୋନାଗ୍ରାଫ୍ ପ୍ଲେଲୋଡ୍ ପ୍ରସ୍ତୁତ କରିବାରେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ) ମୁଖ୍ୟ ଅନୁଷ୍ଠାନ। ସେହିପରି ପୁଣେର ଇଣ୍ଟରୟୁନିଭର୍ସିଟି ସେଣ୍ଟର ଫର୍ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ମିଶନ ପାଇଁ ସୋଲାର ଅଲ୍ଟ୍ରାଭାଓଲେଟ୍ ଇମେଜର ପ୍ଲେଲୋଡ୍ ବିକଶିତ କରିଛି।
#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh


 
 
No comments:
Post a Comment