AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ବ୍ଲଡ ପ୍ୟାକେଟରେ ଜାଲିଆତି

 COASTAL NEWS Odia 539

ବ୍ଲଡ ପ୍ୟାକେଟରେ ଜାଲିଆତି 



କଟକ - ବ୍ଲଡ ପ୍ୟାକେଟରେ ଲେଖାଯାଇଛି A ପଜିଟିଭ ରକ୍ତ। ବ୍ଲଡ ପ୍ୟାକେଟରେ ରହିଛି B ପଜିଟିଭ ରକ୍ତ। ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଟକର ଏକ ଘରୋଇ ହସ୍ପିଟାଲରେ।। ରୋଗୀ ଜଣକ ହେଲେ ବିଭୂତି ଭୂଷଣ ଜେନା। ତାଙ୍କ ଘର କଟକର ଝୁଲାସାହି ଅଞ୍ଚଳର ବୋଲି ଜଣାଯାଇଛି।

ବିଭୂତିଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ରକ୍ତ ଦରକାର ବୋଲି ଚିକିତ୍ସିତ ଡାକ୍ତର କହିଥିଲେ। ବିଭୂତିଙ୍କର ବ୍ଲଡ୍ ଗ୍ରୁପ A ପଜିଟିଭ୍ ଥିଲା। ଏଥିପାଇଁ A ପଜିଟିଭ୍ ରକ୍ତ ଆଣିବା ପାଇଁ ଡାକ୍ତର କହିଥିଲେ।

ବିଭୂତିଙ୍କ ପୁଅ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କରୁ A ପଜିଟିଭ୍ ରକ୍ତ କହି ଆଣିଥିଲେ। ବ୍ଲଡ ବ୍ୟାଙ୍କ କର୍ମଚାରୀ A ପଜିଟିଭ୍ ଲେଖାଥିବା ରକ୍ତ ପ୍ୟାକେଟ ଦେଇଥିଲେ। କିନ୍ତୁ  ବ୍ଲଡ ପ୍ୟାକେଟରେ A ପଜିଟିଭ ରକ୍ତ ଲେଖାଯାଇଥିବା ବେଳେ ପ୍ୟାକେଟରେ ଥିଲା B ପଜିଟିଭ। ହେଲେ ଏହି କଥା କେହି ଜାଣି ନଥିଲେ। ବିଭୂତିଙ୍କ ପୁଅ ବ୍ଲଡ ବ୍ୟାଙ୍କରୁ ଆଣିଥିବା ରକ୍ତ ଡାକ୍ତରଙ୍କୁ ଦେଇଥିଲେ।  ଡାକ୍ତର ମଧ୍ୟ ବିଭୂତିଙ୍କୁ ସେହି ରକ୍ତ ଦେଇ ଦେଥିଲେ।

ତେବେ ରକ୍ତ ନେବା ପରେ ବିଭୂତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ ପରୀକ୍ଷା ଏକ ଘରୋଇ ଲ୍ୟାବରେ କରାଯାଇଥିଲା। ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି।

ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାର ନିର୍ଦେଶକ l

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...