AFFILIATE MARKETING

https://binomo.com?a=90810425bb57&t=0

Sunday, August 27, 2023

ସଂକ୍ଷିପ୍ତ ଖବର

 COASTAL NEWS Odia 510

*ସଂକ୍ଷିପ୍ତ ଖବର *

ତାରିଖ ୨୭/୦୮/୨୦୨୩ ରବିବାର ।



ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସି-ଭୋଟର ଏବଂ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ (ଏମ୍ଓଟିଏନ୍) ସର୍ଭେ ରୁ ଏହା ଜଣାପଡ଼ିଛି । ।ତାଲିକାର ୫ମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଅଡୁଆରେ ପଡିଲା ଏୟାର ଇଣ୍ଡିଆ । ସୁରକ୍ଷା ସମ୍ବନ୍ଧୀୟ ଯାଂଚ ବେଳେ ଡିଜିସିଏ ଧରିଲା ୧୩ଟି ତ୍ରୁଟି ।


କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍ ସହାୟକ ହେବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି ।


ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ଆଖି ।


ଚନ୍ଦ୍ରଯାନ-୩ ଅବତରଣ ସ୍ଥାନର ନାମକରଣକୁ ନେଇ ରାଜନୀତି: ଶିବଶକ୍ତି ନାଁକୁ ନେଇ କଂଗ୍ରେସର ପ୍ରଶ୍ନ, ଜବାହାର ପଏଣ୍ଟ କଥା କହି ଘେରିଲା ବିଜେପି ।


ଇସ୍ରୋର ସୂର୍ଯ୍ୟ ମିଶନ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍‌‌ ୱାନ ଉତ୍‌‌କ୍ଷେପଣ ।


ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି ।


ଦୁଇଜଣ କଏଦୀଙ୍କୁ କୋର୍ଟରେ ହାଜର କରିବାକୁ ଆଣିବାବେଳେ ଗୁଳିମାଡ କଲେ ଅଜଣା ଆତତାୟୀ | ବିହାରର ସମସ୍ତିପୁର କୋର୍ଟ ପରିସରରେ ଏଭଳି ଗୁଳିକାଣ୍ଡ ଘଟିଛି | 


ବକ୍ସ ଅଫିସରେ ପୂଜାର ଜଲଓ୍ଵା। ଗଦର-୨ ଏବଂ ଓ ମାଇ ଗଡ୍-୨ ପରି ଫିଲ୍ମ ଚାଲିଥିବା ସତ୍ତ୍ଵେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ 'ଡ୍ରିମ ଗର୍ଲ ୨' ବକ୍ସ ଅଫିସରେ ଭଲ ଆରମ୍ଭ କରିବାରେ ସଫଳ ହୋଇଛି।  


ପ୍ରଧାନମନ୍ତ୍ରୀ ମୋଦୀ ୫୧,୦୦୦ ଯୁବକ-ଯୁବତୀଙ୍କୁ ଦେବେ ନିଯୁକ୍ତି ପତ୍ର, ଅଗଷ୍ଟ ୨୮ରେ ରୋଜଗାର ମେଳା ।


ଚନ୍ଦ୍ରରେ ରୋଭର ପ୍ରଜ୍ଞାନର ଅନୁସନ୍ଧାନ ଜାରି, ନୂଆ ଭିଡିଓ ଜାରି କଲା ISRO ।


ଚାଉଳ କଟକଣା ବଢ଼ିଲା: ଉଷୁନା ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ।


ଅକ୍ଟୋବର ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସମୀକ୍ଷା କଲେ ୫-ଟି ସଚିବ ।


୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ; ୭ ବ୍ଳକ୍ ପାଇଁ ୧୬୭୦ କୋଟିର ପାଇପ୍ ଜଳଯୋଗାଣ ପ୍ରକଳ୍ପ। 


IBSA World Games: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟିମ ରଚିଲା ଇତିହାସ, ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ସ୍ୱର୍ଣ୍ଣ ।


ନୁହକୁ ପୁଣି ଫେରିଲା କଟକଣା; ଆଲର୍ଟରେ ହରିୟାଣା ପୋଲିସ, ପଡ଼ୋଶୀ ରାଜ୍ୟକୁ ବି ମାଗିଲେ ସାହାଯ୍ୟ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...