AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ

 COASTAL NEWS 431

ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ



ଭୁବନେଶ୍ବର - ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ। ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଆକ୍ରମଣରେ ଶିକାର ହୋଇଛନ୍ତି ଧଉଳି ଥାନା SI ରମେଶ ଭୋଳ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

 

ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଧଉଳି ଥାନା SI ରମେଶ ଭୋଳ ପୁଲିସ ଟିମ୍‌କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ। ଚଢ଼ାଉ ବେଳେ ନିଶା ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ।

ନିଶା ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା SI ଆହତ ହୋଇଥିଲେ। ପୁଲିସର ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା। ଅନ୍ୟ ନିଶା ମାଫିଆମାନେ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ। ଏନେଇ ଧଉଳି ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। 

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...