AFFILIATE MARKETING

https://binomo.com?a=90810425bb57&t=0

Sunday, August 27, 2023

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 COASTAL NEWS Odia 514

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 


ଭୁବନେଶ୍ବର -ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡ଼େଭଲପମେଂଟ କର୍ପୋରେସନ-ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତରପ୍ରଦେଶର ଦୁଇ କମ୍ପାନୀ । ତେବେ ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ ।

ହଳଦୀରୁ ଉପଚାର:

– ଖୁବ ଶୀଘ୍ର ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ

-ଯାହା ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା

– ଏହା ହେଉଛି ଶୁଦ୍ଧ ଓ ଖାଂଟି ହଳଦୀରେ ତିଆରି ଦେଶୀ ଚିିକିତ୍ସା

-କ୍ଷତସ୍ଥାନକୁ ଶୀଘ୍ର ଶୁଖାଇବ ଏହି ହଳଦୀ ବ୍ୟାଣ୍ଡେଜ

-ଡ଼ାଇବେଟିସ ରୋଗୀଙ୍କ କ୍ଷତ ସ୍ଥାନକୁ ଖୁବ ଶୀଘ୍ର ଶୁଖାଇବାରେ କରିବ ସାହାଯ୍ୟ

-ଦୀର୍ଘ ବର୍ଷ ହେବ ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି

-ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ରହିଛି ବହୁ ଔଷଧୀୟ ଗୁଣ

-ଏହାକୁ ପ୍ରଥମେ ମୂଷା ଉପରେ ପରୀକ୍ଷା କରାଯାଇଛି

– ଏହି ବ୍ୟାଣ୍ଡେଜକୁ ବାରମ୍ବାର ବ୍ୟବହାର କରିବାକୁ ପଡ଼ିବନି

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...