AFFILIATE MARKETING

https://binomo.com?a=90810425bb57&t=0

Saturday, August 26, 2023

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା

 COASTAL NEWS Odia 499

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା



ମଦୁରାଇ - ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା । ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଗୁରୁତର ହୋଇଛନ୍ତି । ଟ୍ରେନରେ କିଛି ପ୍ୟାସେଞ୍ଜନ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ । ସେଥିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ତେବେ ସାଉଥ ରେଲେଓ୍ଵ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟ ଲକ୍ଷ୍ନୌରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସର ବଗିରେ ଅଗ୍ନିକାଣ୍ଡ ଘଟିଛି । ମଦୁରାଇ କଲେକ୍ଟର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଉତ୍ତରପ୍ରଦେଶର ବୋଲି ଜଣା ପଡ଼ିଛି । ସୀତାପୁରର ଏକ ଟ୍ରାଭେଲ ଏଜେନ୍ସି ଏହି କୋଚର ଥାର୍ଡ ପାର୍ଟି ବୁକିଂ କରିଥିଲେ । ଏଥିରେ ୬୩ ଜଣ ଲୋକ ଯାତ୍ରା କରୁଥିଲେ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସକାଳ ପ୍ରାୟ ୫.୧୫ ସମୟରେ ସୂଚନା ମିଳିଥିଲା। ଯେତେବେଳେ ଟ୍ରେନ୍ ମଦୁରାଇ ୟାର୍ଡ ଜଙ୍କସନରେ ଅଟକି ଥିଲା । ଦକ୍ଷିଣ ରେଳବାଇ କହିଛି ଯେ ଯାତ୍ରୀମାନେ ଟ୍ରେନର ଘରୋଇ ପାର୍ଟି କୋଚରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ। ସେଥିପାଇଁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆହତମାନଙ୍କୁ ମଦୁରାଇର ସରକାରୀ ରାଜାଜୀ କଲେଜରେ ଭର୍ତ୍ତି କରାଯାଇଛି ।




No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...