AFFILIATE MARKETING

https://binomo.com?a=90810425bb57&t=0

Wednesday, August 30, 2023

ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର

 COASTAL NEWS Odia 535

ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର



ମୋହନା  : ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ସିନ୍ଧବା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ବୃଦ୍ଧ ସୁସ୍ଥ ହେବାକୁ ଚେଙ୍କ ନେଇ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ସିନ୍ଧବା ଗାଁର ୫୩ ବର୍ଷୀୟ ଜୁନେସ କନ୍ଧ ଅଜଣା ରୋଗରେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ରହିଥିଲେ। ସୁସ୍ଥ ହେବା ପାଇଁ ଗୁଣିଆଙ୍କ ଠାରୁ ଚେରମୂଳି ଖାଇଥିଲେ। କିନ୍ତୁ ଏହା ପରେ ଅଧିକ ଅସୁସ୍ଥ ହୋଇଥିଲେ। ପରେ ସେ ଦେହରେ ଚେଙ୍କ ନେଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ଜାଣିବା ପରେ ସରପଞ୍ଚ ରେଜିନା ପ୍ରଧାନ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ଜୁନେଶ ଟିବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news#newDelhi 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...