AFFILIATE MARKETING

https://binomo.com?a=90810425bb57&t=0

Friday, August 25, 2023

ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ।

 COASTAL NEWS Odia 482

ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ।



ରାୟଗଡ଼ା - ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରାୟଗଡ଼ା DFO ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ କରାଯାଇଥିଲା। ସେଥିରେ ଦୁର୍ନୀତି ହୋଇଥିଲା। ଏନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଯାଗାରେ ‌ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି DFO ଘରେ ଚଢ଼ାଉ କରିଛି। ଏନେଇ DFOଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...