AFFILIATE MARKETING

https://binomo.com?a=90810425bb57&t=0

Monday, August 21, 2023

ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ

 COASTAL NEWS Odia 448

ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ


 


ରାୟଗଡ଼ା,୨୧।୮ : ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଗତ ୪ ବର୍ଷ ତଳେ ଆରମ୍ଭ ହୋଇଛି ା ହେଲେ ପୋଲ କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି ା ଫଳରେ ଦୈନନ୍ଦିନ କାର୍ଯ୍ୟ ଏବଂ ଜରୁରୀ ସେବା ପାଇଁ ଗ୍ରାମବାସୀ ବିପଜ୍ଜନକ ଅବସ୍ଥାରେ ଭରାନଦୀ ପାରିହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଷ୍ଟ୍ରେଚର ଏବଂ ଭାରରେ ବୋହି ନଦୀ ପାର ହେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ା ରାୟଗଡ଼ା ସଦର ବ୍ଲକ ଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ଖିଲିମିସଗୁଡ଼ା ଗ୍ରାମରେ ଗତ ବୁଧବାର ଜଣେ ରୋଗୀଙ୍କୁ ବିପଦସଙ୍କୁଳ ଭାବେ ନଦୀ ପାର କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣାର ଉଦାହରଣ ଅନେକ ଥର ଦେଖିବାକୁ ମିଳେ ା ଗ୍ରାମରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା ା କିନ୍ତୁ ଆରମ୍ଭ ହେବାର କିଛି ଦିନ ପରେ ତାହା ବନ୍ଦ ହୋଇଯାଇଥିଲା ା ଫଳରେ ଗ୍ରାମବାସୀ ରୋଗାକ୍ରାନ୍ତ ହେଲେ ଜେମାଦେଇପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼େ ା ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବେ ନଦୀପାର ହୋଇ ଯାତାୟାତ କରୁଥିବା କହିଛନ୍ତି।

ନାଗାବଳୀ ଅପରପାର୍ଶ୍ୱରେ ରହିଥିବା ଖିଲମିସଗୁଡ଼ା, ରାଣାଗୁଡ଼ା, କେରାଣ୍ଡି, ଲୁମ୍ବେସୁ, କାଷଡ଼ା, ତରାମ୍‌, ପାଲମପୁଲିସ, ଚମ୍ପି ଏବଂ ଦୁର୍ଗାପାଡ଼ୁ ସମେତ ୧୮ ଗ୍ରାମର ଲୋକେ ଯାତାୟାତ ନିମନ୍ତେ ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି ା ତେବେ ଏହାର ସମାଧାନ ପାଇଁ ୨୦୧୯ ମାର୍ଚ୍ଚ ୮ରେ ୧୧ କୋଟି ୫୩ ଲକ୍ଷ ୫୦ ହଜାର ୨୧୨ ଟଙ୍କା ବ୍ୟୟ ଅଟକଳରେ ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆରମ୍ଭ ହୋଇଥିବା ଏହି ପୋଲ ନିର୍ମାଣ ୨୦୨୧ ମାର୍ଚ୍ଚ ୭ ତାରିଖ ମଧ୍ୟରେ କାମ ଶେଷ ପାଇଁ ସମୟସୀମା ଧାର୍ଯ୍ୟ ହୋଇଥିଲା ା ତେବେ ପୋଲ କାମ ଶେଷ ହୋବା ଦୂର କଥା ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଦିଲୀପ ରାଉତରାୟଙ୍କୁ ପଚାରିବାରୁ ଟେକ୍ନିକାଲ ସମସ୍ୟା କାରଣରୁ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ା ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁରହିଛି ା ଡିସେମ୍ବର ଶେଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ା

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...