AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର

 COASTAL NEWS Odia 432

ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର 



ବାଲିଅନ୍ତା -ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ପଞ୍ଚାୟତର ରାମଚନ୍ଦ୍ରପୁର ନାଳନିକଟରେ ଥିବା ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁଦୁଇଜଣ ଯୁବକଙ୍କ ମୃତଦେହ ବାଲିଅନ୍ତା ଥାନା ପୁଲିସ ଉଦ୍ଧାର କରିଛି । ମୃତକ ହେଲେ କଟକ ନିଆଳି ଥାନା କୂଳସାହିର ଜଗବନ୍ଧୁ ବେହେରା (୨୨) ଓ ପଳଶା ଗ୍ରାମର ସୁଶାନ୍ତ ଦାସ (୪୨) । ମୃତ୍ୟୁର କାରଣ ଅସ୍ପଷ୍ଟଥି ବାବେଳେ ସେମାନେ ଫାର୍ମ ହାଉସର ମଇଁଷି ଜଗୁଆଳି ଭାବେ କାର୍ଯ୍ୟ କରିଥାଆନ୍ତି। ଏ ନେଇ ଫାର୍ମ ହାଉସ ମାଲିକ ଅନ୍ତର୍ଯ୍ୟାମୀ ଦାସ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ରାଜଧାନୀ ଚିକିତ୍ସାଳୟକୁ ପଠାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ କହିଛନ୍ତି।

.-

ପୁଲିସ ସୂଚନା ମୁତାବକ ନିଆଳି ଥାନା ପଳଶା ଗ୍ରାମର ଅନ୍ତର୍ଯ୍ୟାମୀ ଭୁବନେଶ୍ବର ୟୁନିଟ୍ - ୯ରେ ରହନ୍ତି। ସେ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଫାର୍ମ ହାଉସ କରିଥିଲେ।ଏଠାରେ ୫ବର୍ଷ ଧରି ସୁଶାନ୍ତ ମଇଁଷିଙ୍କ ସେବା ଯତ୍ନ କରୁଥିବାବେଳେ ୨୦ ଦିନ ହେବ ନୂତନ ଭାବେ ଜଗବନ୍ଧୁ ଏହି କାର୍ଯ୍ୟରେ ନିୟୋଜିତ ଥିଲେ l ଗୁରୁବାର ରାତିରେ ସବୁଦିନ ପରି ସେମାନେ ମଇଁଷିଙ୍କ କାର୍ଯ୍ୟ ସାରି ଘରର କବାଟ ଝରକା ବନ୍ଦକରି ଶୋଇପଡ଼ିଥିଲେ। ଅନ୍ତର୍ଯ୍ୟାମୀ ରାତିରେ ଫୋନ୍ କରି ମଇଁଷିଙ୍କ କଥା ପଚାରି ବୁଝିଥିଲେ। ପରେ ରାତି ୧.୩୦ରେ ଅନ୍ତର୍ଯ୍ୟାମୀଙ୍କୁ ସୁଶାନ୍ତ ଫୋନ୍ କରିଥିଲା । ଅନ୍ତର୍ଯ୍ୟାମୀ ଶୋଇ ପଡ଼ିଥିବାରୁ ଫୋନ୍ ଉଠାଇ ପାରି ନ ଥିଲେ । ଅନ୍ତର୍ଯ୍ୟାମୀ ଆଜିସକାଳୁ ଫୋନ୍ କରିଥିଲେ ମଧ୍ୟ କେହି ଉଠାଇ ନ ଥିଲେ। ଅନ୍ତର୍ଯ୍ୟାମୀ ଆସି କବାଟ ବାଡ଼େଇ ଦେଖିବାରୁ ସେମାନେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଏନେଇ ସେ ପ୍ରଥମେ ବାଲିଅନ୍ତା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେପହଞ୍ଚି ପାରିପାର୍ଶ୍ବକ ସ୍ଥିତି ଯାଞ୍ଚ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା। ପ୍ରାଥମିକ ତଦନ୍ତରୁ ଉଭୟଙ୍କ ଶ୍ବାସରୁଦ୍ଧ କିମ୍ବା ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ହତ୍ୟାର କୌଣସି ଚିହ୍ନବର୍ଣ୍ଣ ନଥିଲା। ଶବ ବ୍ୟବଚ୍ଛେଦ ବିବରଣୀ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜୋନ୍ ୪ ଏସିପି ଶୁଭନାରାୟଣମୁଦୁଲି କହିଛନ୍ତି । ଉପସ୍ଥିତ ଲୋକେ କହିବା କଥା ଏହିପରି ଭାବେ ୫ବର୍ଷ ତଳେ ରାମଚନ୍ଦ୍ରପୁର ଅଞ୍ଚଳରେ ଥିବା ଏକ ଫାର୍ମ ହାଉସରେ ଜଣେ କର୍ମଚାରୀଙ୍କ ଅପମୃତ୍ୟୁ ଘଟିଥିଲା । 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...