AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର

 COASTAL NEWS Odia 432

ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର 



ବାଲିଅନ୍ତା -ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ପଞ୍ଚାୟତର ରାମଚନ୍ଦ୍ରପୁର ନାଳନିକଟରେ ଥିବା ମଇଁଷି ଫାର୍ମ ହାଉସରେ ଥିବା ଗୁହାଳ ଘରୁଦୁଇଜଣ ଯୁବକଙ୍କ ମୃତଦେହ ବାଲିଅନ୍ତା ଥାନା ପୁଲିସ ଉଦ୍ଧାର କରିଛି । ମୃତକ ହେଲେ କଟକ ନିଆଳି ଥାନା କୂଳସାହିର ଜଗବନ୍ଧୁ ବେହେରା (୨୨) ଓ ପଳଶା ଗ୍ରାମର ସୁଶାନ୍ତ ଦାସ (୪୨) । ମୃତ୍ୟୁର କାରଣ ଅସ୍ପଷ୍ଟଥି ବାବେଳେ ସେମାନେ ଫାର୍ମ ହାଉସର ମଇଁଷି ଜଗୁଆଳି ଭାବେ କାର୍ଯ୍ୟ କରିଥାଆନ୍ତି। ଏ ନେଇ ଫାର୍ମ ହାଉସ ମାଲିକ ଅନ୍ତର୍ଯ୍ୟାମୀ ଦାସ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ରାଜଧାନୀ ଚିକିତ୍ସାଳୟକୁ ପଠାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ କହିଛନ୍ତି।

.-

ପୁଲିସ ସୂଚନା ମୁତାବକ ନିଆଳି ଥାନା ପଳଶା ଗ୍ରାମର ଅନ୍ତର୍ଯ୍ୟାମୀ ଭୁବନେଶ୍ବର ୟୁନିଟ୍ - ୯ରେ ରହନ୍ତି। ସେ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଫାର୍ମ ହାଉସ କରିଥିଲେ।ଏଠାରେ ୫ବର୍ଷ ଧରି ସୁଶାନ୍ତ ମଇଁଷିଙ୍କ ସେବା ଯତ୍ନ କରୁଥିବାବେଳେ ୨୦ ଦିନ ହେବ ନୂତନ ଭାବେ ଜଗବନ୍ଧୁ ଏହି କାର୍ଯ୍ୟରେ ନିୟୋଜିତ ଥିଲେ l ଗୁରୁବାର ରାତିରେ ସବୁଦିନ ପରି ସେମାନେ ମଇଁଷିଙ୍କ କାର୍ଯ୍ୟ ସାରି ଘରର କବାଟ ଝରକା ବନ୍ଦକରି ଶୋଇପଡ଼ିଥିଲେ। ଅନ୍ତର୍ଯ୍ୟାମୀ ରାତିରେ ଫୋନ୍ କରି ମଇଁଷିଙ୍କ କଥା ପଚାରି ବୁଝିଥିଲେ। ପରେ ରାତି ୧.୩୦ରେ ଅନ୍ତର୍ଯ୍ୟାମୀଙ୍କୁ ସୁଶାନ୍ତ ଫୋନ୍ କରିଥିଲା । ଅନ୍ତର୍ଯ୍ୟାମୀ ଶୋଇ ପଡ଼ିଥିବାରୁ ଫୋନ୍ ଉଠାଇ ପାରି ନ ଥିଲେ । ଅନ୍ତର୍ଯ୍ୟାମୀ ଆଜିସକାଳୁ ଫୋନ୍ କରିଥିଲେ ମଧ୍ୟ କେହି ଉଠାଇ ନ ଥିଲେ। ଅନ୍ତର୍ଯ୍ୟାମୀ ଆସି କବାଟ ବାଡ଼େଇ ଦେଖିବାରୁ ସେମାନେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଏନେଇ ସେ ପ୍ରଥମେ ବାଲିଅନ୍ତା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେପହଞ୍ଚି ପାରିପାର୍ଶ୍ବକ ସ୍ଥିତି ଯାଞ୍ଚ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା। ପ୍ରାଥମିକ ତଦନ୍ତରୁ ଉଭୟଙ୍କ ଶ୍ବାସରୁଦ୍ଧ କିମ୍ବା ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ହତ୍ୟାର କୌଣସି ଚିହ୍ନବର୍ଣ୍ଣ ନଥିଲା। ଶବ ବ୍ୟବଚ୍ଛେଦ ବିବରଣୀ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜୋନ୍ ୪ ଏସିପି ଶୁଭନାରାୟଣମୁଦୁଲି କହିଛନ୍ତି । ଉପସ୍ଥିତ ଲୋକେ କହିବା କଥା ଏହିପରି ଭାବେ ୫ବର୍ଷ ତଳେ ରାମଚନ୍ଦ୍ରପୁର ଅଞ୍ଚଳରେ ଥିବା ଏକ ଫାର୍ମ ହାଉସରେ ଜଣେ କର୍ମଚାରୀଙ୍କ ଅପମୃତ୍ୟୁ ଘଟିଥିଲା । 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...