AFFILIATE MARKETING

https://binomo.com?a=90810425bb57&t=0

Friday, August 18, 2023

ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି

 COASTAL NEWS Odia 421

ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି



କୋରାପୁଟ - ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି। ତାଙ୍କ ନାଁ କିଶୋର କୁମାର ମିଶ୍ର। ସେ ନିଜକୁ ଆରଟିଆଇ କର୍ମୀ ବୋଲି କହୁଥିଲେ। ସେଥିପାଇଁ ଏକ ମିଛ ପରିଚୟ ପତ୍ର ମଧ୍ୟ ତିଆରି କରିଥିଲେ। ତାଙ୍କ ଠାରୁ ମିଛ ପରିଚୟ ପତ୍ର ସହିତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।

ଏସ୍‌ଟିଏଫ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, କିଶୋର କୁମାର ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ବେଶ୍ ଦଖଲ ରହିଛି। ସେ ବ୍ରହ୍ମପୁରର ଲୋକ। କିନ୍ତୁ ଅନେକ ବର୍ଷ ହେଲାଣି ସେ କୋରାପୁଟରେ ରହୁଛନ୍ତି।

କିଶୋର ନିଜକୁ ଆରଟିଆଇ କର୍ମୀ କହି ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ। ସେହିଭଳି ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି କହି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିଲେ। କ୍ରସର ଲାଇସେନ୍ସ ଓ ମଦ ଦୋକାନ ଲାଇସେନ୍ସ କରାଇ ଦେବାକୁ କହି ସେ ଟଙ୍କା ଲୁଟୁ ଥିଲେ। ଏମିତିକି ସରକାରୀ ଚାକିରିଆଙ୍କୁ ମଧ୍ୟ ସେ ଭକୁଆ ବନାଇଥିଲେ। ମନ ମୁତାବକ ସ୍ଥାନକୁ ବଦଳି କରାଇ ଦେବାକୁ କହି ସେ ଟଙ୍କା ନେଇ ଠକି ଦେଉଥିଲେ।

ଦୁଇ-ତିନି ବର୍ଷ ହେଲାଣି ସେ ଲୋକଙ୍କୁ ଏଭଳି ଢଙ୍ଗରେ ଠକି ଟଙ୍କା ଆଦାୟ କରୁଥିଲେ। ଏହି ଦୁଇ-ତିନି ବର୍ଷରେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ସେଥିରୁ ଅଧିକାଂଶ ନଗଦ ଟଙ୍କା ଜମା କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଶୋର ଏକ ବଡ଼ ଠକେଇ ଗ୍ରୁପର ସଦସ୍ୟ। ଏନେଇ ଅଧିକ ତଦନ୍ତ ଜାରି ରହିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...