ଭୁବନେଶ୍ୱର, ୦୯/୦୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ମେ ୯, ୨୦୨୬ରେ ଏହାର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଆୟୋଜନ କରାଯାଉଛି ।
ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ (ନାଲସା) ର ମାର୍ଗଦର୍ଶିକା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ ପ୍ରବର୍ତ୍ତନ ସମ୍ବନ୍ଧୀୟ ପେଣ୍ଡିଂ ମାମଲାଗୁଡ଼ିକର ସମାଧାନ ପାଇଁ ଉପଭୋକ୍ତାମାନଙ୍କୁ ଏକ ସୁଲଭ ଏବଂ ସମୟାନୁବର୍ତ୍ତୀ ପ୍ଲାଟଫର୍ମ ପ୍ରଦାନ କରିବା ।
ଟିପିସିଓଡିଏଲ୍ ଅଧୀନରେ ଥିବା ସମସ୍ତ ଡିଭିଜନ, ସବ୍-ଡିଭିଜନ ଏବଂ ସେକ୍ସନ ଅଫିସଗୁଡ଼ିକରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଉପଭୋକ୍ତାମାନେ ଏହି ଶିବିର ମାଧ୍ୟମରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ ଏବଂ ବିଦ୍ୟୁତ ସଂଯୋଗର ନିୟମିତକରଣ ପାଇଁ ତୁରନ୍ତ ସହାୟତା ପାଇପାରିବେ ।
ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ ପ୍ରବର୍ତ୍ତନ ସମ୍ବନ୍ଧୀୟ ମାମଲା ବାକି ରହିଛି, ସେମାନେ ଭବିଷ୍ୟତର ଆଇନଗତ କିମ୍ବା ଆର୍ôଥକ ଅସୁବିଧାରୁ ବଞ୍ଚିବା ପାଇଁ ଏହି ସୁଯୋଗର ଉପଯୋଗ କରି ଆପୋଷ ବୁଝାମଣା ଜରିଆରେ ବିବାଦର ସମାଧାନ କରିବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।
ସମସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରତ୍ୟେକ ନିର୍ଦ୍ଧାରିତ ସ୍ଥାନରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନଜୀବୀ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ୍ ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ କାଗଜପତ୍ର, ଯୋଗ୍ୟତା ଏବଂ ସମାଧାନ ପ୍ରକ୍ରିୟା ବିଷୟରେ ସହାୟତା ପ୍ରଦାନ କରୁଛନ୍ତି ।
ଜିଲ୍ଲାସ୍ତରୀୟ ବ୍ୟବସ୍ଥା ଏବଂ ସମାଧାନ ସମ୍ବନ୍ଧୀୟ ସବିଶେଷ ମାର୍ଗଦର୍ଶିକା ସମସ୍ତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି । ଉପଭୋକ୍ତାମାନେ ଅଧିକ ସହାୟତା ପାଇଁ ସେମାନଙ୍କର ନିକଟସ୍ଥ କଷ୍ଟମର କେୟାର ସେଣ୍ଟର କିମ୍ବା ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି) ସହିତ ଯୋଗାଯୋଗ କରିପାରିବେ ।
ଆଇନଜୀବୀଙ୍କ ସମନ୍ୱୟରେ ଆୟୋଜିତ ଏହି ଜାତୀୟ ଲୋକ ଅଦାଲତ ବହୁ ଦିନରୁ ପଡ଼ି ରହିଥିବା ଏନଫୋର୍ସମେଣ୍ଟ ବିବାଦଗୁଡ଼ିକୁ ହ୍ରାସ କରିବା, ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଏକ ସ୍ୱଚ୍ଛ ବିଦ୍ୟୁତ ବ୍ୟବସ୍ଥାରେ ଜନସାଧାରଣଙ୍କ ସହଭାଗିତାକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଟିପିସିଓଡିଏଲ୍ ସମସ୍ତ ଯୋଗ୍ୟ ଉପଭୋକ୍ତାଙ୍କୁ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ଏବଂ ସିଙ୍ଗଲ୍ ୱିଣ୍ଡୋ ସମାଧାନ ବ୍ୟବସ୍ଥାର ଲାଭ ଉଠାଇବାକୁ ନିବେଦନ କରିଛି ।

No comments:
Post a Comment