ଚେନ୍ନାଇ, ୧୦/୦୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଥାଲାପତି ବିଜୟ। ବିଜୟଙ୍କ ସହ ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଏନ୍. ଆନନ୍ଦ। ଏହା ପରେ ଆଦବ ଅର୍ଜୁନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
TVK ମହାସଚିବ କେ.ଜି ଅରୁଣରାଜ ଯିଏ କି ପୂର୍ବତନ ପ୍ରଶାସନିକ ଅଧିକାରୀ, ଅଭିଜ୍ଞ ରାଜନେତା କେ.ଏ ସେଙ୍ଗୋଟେୟନ, ଥିରୁ ଭେଙ୍କଟରମଣନ, ପୂର୍ବତନ ବିଜେପି କର୍ମକର୍ତ୍ତା ସିଟିଆର ନିର୍ମଳ କୁମାର, ଅଭିନେତା ରାଜମୋହନ, ଜଣେ ଦନ୍ତ ଚିକିତ୍ସକ କେଟି ପ୍ରଭୁଙ୍କ ସହ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ସେଲ୍ଭି ଏସ୍. କୀର୍ତ୍ତନ ଶପଥ ନେଇଛନ୍ତି।
ଦୁଇ ବର୍ଷ ପୂର୍ବେ ଗଠିତ ଟିଭିକେ ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏକ ବ୍ଲକବଷ୍ଟର ଡେବ୍ୟୁ କରିଥିଲା ଏବଂ ରାଜ୍ୟର ୨୩୪ ଆସନ ମଧ୍ୟରୁ ୧୦୮ଟି ଜିତିଥିଲା । ତଥାପି, ଦଳ ୧୧୮ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। କିନ୍ତୁ ଅନ୍ୟ ଦଳର ସମର୍ଥନରେ ସରକାର ଗଢ଼ିବାରେ ସମର୍ଥ ହୋଇ ପାରିଥିଲେ ବିଜୟ।

No comments:
Post a Comment