AFFILIATE MARKETING

https://binomo.com?a=90810425bb57&t=0

Thursday, December 11, 2025

ଚୋରାମଦ ବେପାରୀ ଗିରଫ

ଆଜି ଅବକାରୀ ଥାନାର ଚଢ଼ଉ
ବିପୁଳ ପରିମାଣର ମଦ ଜବତ, ୩ ବେପାରୀ ଗିରଫ

ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଗ୍ରାମାଞ୍ଚଳରେ ପ୍ରବଳ ଭାବରେ ଚୋରାମଦ ବିକ୍ରି ହେଉଥିବା ଯୋଗୁଁ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି l ଏଥି ପାଇଁ ବେଆଇନ୍ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ବାରମ୍ବାର ଅଭିଯୋଗ ହେଉଛି l ଡେରିରେ ହେଲେବି ଅବକାରୀ ବିଭାଗ ତତ୍ପରତା ଦେଖାଇଛି l ଆଳି ଅବକାରୀ ଥାନା ପକ୍ଷରୁ ଗତ ମଙ୍ଗଳବାର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏହି ମଦ ଚୋରା କାରବାରରେ ସମ୍ପୃକ୍ତ ବାଳକାଟୀ ଗ୍ରାମର ବିଶ୍ବନାଥ ମଳିକ, ମାନପୁର ଗ୍ରାମର ବିଶ୍ୱନାଥ ସାହୁ ଓ ଆଳକଣା ଗ୍ରାମର ରବୀନ୍ଦ୍ର ମଳିକଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଏହି ଚୋରା ମଦ ବେପାରୀଙ୍କ ଠାରୁ ଅବକାରୀ ଅଧିକାରୀ ୬.୮୦୦ ଲିଟର ଦେଶୀ ମଦ ଓ ୩.୨୪୦ ଲିଟର ବିଦେଶୀ ମଦ ସହ ଏକ ବାଇକ୍ ଜବତ କରିଛନ୍ତି । 

କେନ୍ଦ୍ରାପଡ଼ା ଜିଲାଅବକାରୀ ବିଭାଗର ସୁପରିଟେଣ୍ଡ ସୁପରିଟେଣ୍ଡେଣ୍ଟ ବିପ୍ର ଚରଣ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଆଳି ଅବକାରୀ ଥାନା ଦାୟିତ୍ୱରେ ଥ‌ିବା ସବ ଇନ୍ସିପେକ୍ଟର କଳ୍ପନା ରାଉତ ସଦଳ ବଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମଦ ଜବତ କରିବା ସହ ଏଥ‌ିରେ ସମ୍ପୃକ୍ତଙ୍କୁ ଗିରଫ କରିଛନ୍ତି।

ଅନ୍ୟପଟେ ଗିରଫ ହୋଇଥ‌ିବା ୩ ଜଣ ଚୋରା ମଦ ବେପାରୀଙ୍କ ଇତି ମଧ୍ୟରେ ଜାମିନ ପାଇ ଆସିଥିବା ଘଟଣା ବୁଧବାର ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ
ପାଲଟିଛି । ଏଥରୁ ଆଳିରେ ବେଧଡକ ଭାବେ ଚୋରା ମଦ କାରବାର ଚାଲିଥିବା ସ୍ପଷ୍ଟ ହୋଇଛି । ଏ ସମ୍ପର୍କରେ ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ମଣ୍ଡଳଙ୍କୁ ପଚରା ଯିବାରୁ
ତୁରନ୍ତ ଚୋରା ମଦ କାରବାରକୁ ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...