AFFILIATE MARKETING

https://binomo.com?a=90810425bb57&t=0

Thursday, December 18, 2025

ଧଉଳି ଗଣଦୁଷ୍କର୍ମ: ବନ୍ଧା ହେଲା ଜୋକର ହାପି

ଘଟଣା ପରଠାରୁ ଫେରାର ଥିଲା ଅଭିଯୁକ୍ତ

ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ

ଭୁବନେଶ୍ୱର, ୧୮/୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଏ ନେଇ ସୂଚନା ଦେଇଛନ୍ତି ସିପି ଏସ ଦେବଦତ୍ତ ସିଂହ। ଗିରଫଦାରୀ ପରେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ।

ଅଭିଯୁକ୍ତକୁ ଗଞ୍ଜାମରୁ ଗିରଫ କରାଯାଇଛି। ଘଟଣା ପରେ ଫେରାର ଥିଲା ଅଭିଯୁକ୍ତ। ପ୍ରଥମେ ଖୋର୍ଦ୍ଧା ଓ ପରେ ଗଞ୍ଜାମରେ ଆତ୍ମଗୋପନ କରିଥିଲା। ସତ୍ୟପ୍ରକାଶ ନାଁରେ ପ୍ରାୟ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି। ଜେଲ୍ ରୁ ଫେରି ଏହି କାଣ୍ଡ ଭିଆଇଥିଲା ଅଭିଯୁକ୍ତ। ୨୦୧୮ରେ ଗାଡ଼ି ଚୋରି କରି ଜେଲ୍ ଯାଇଥିଲା। ୨୦୨୨, ୨୦୨୪ ଓ ୨୦୨୫ ରେ ମଧ୍ୟ ଗିରଫ ହୋଇଥିଲା। ଏହି ଘଟଣାରେ ୫ ଜଣ ସାମିଲ ଥିବା ବେଳେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ବି ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଯାଇଥିବା ବେଳେ ଏହି ବର୍ବର କାଣ୍ଡ ଘଟାଇଥିଲେ ଅଭିଯୁକ୍ତ। ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଓ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଯୁବକ ପିନ୍ଧିଥିବା ରୂପା ଚେନ ଓ ଟଙ୍କା, ନାବାଳିକା ପିନ୍ଧିଥିବା ସୁନା ଚେନ ଲୁଟି ନେଇଥିଲେ। ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଥିଲା।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...