AFFILIATE MARKETING

https://binomo.com?a=90810425bb57&t=0

Sunday, December 14, 2025

ସିଡ୍‌ନୀର ବଣ୍ଡି ବିଚ୍‌ରେ ଆଖିବୁଜା ଫାୟାରିଂ; ୧୦ ମୃତ

ସିଡ୍‌ନୀର ବଣ୍ଡି ବିଚ୍‌ରେ ଆଖିବୁଜା ଫାୟାରିଂ; ୧୦ ମୃତ

ଇହୁଦୀ ଆତଙ୍କବାଦୀ ଆକ୍ରମଣ ନେଇ ଭାରତରେ ଆଲର୍ଟ

ସିଡନୀ, ୧୪/୧୨: ରବିବାର ଦିନ ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ ବୋଣ୍ଡି ବିଚ୍‌ରେ ଘଟିଛି ଭୟଙ୍କର ଗୁଳିକାଣ୍ଡ। ହଠାତ୍ ଦୁଇଜଣ ବନ୍ଧୁକଧାରୀ ଗୁଳି ଚଳାଇବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରାଯାଉଛି। ଏହି ଆକ୍ରମଣ ପରେ ଭାରତର ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆଲର୍ଟ ଜାରି କରାଯାଇଛି। ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍।

ମିଳିଥିବା ସୂଚନା ଅନୁସାରେ, ବୋଣ୍ଡି ବିଚରେ ଇହୁଦୀ ପର୍ବ ‘ହନୁକ୍କା’ ପାଳନ ପାଇଁ ପ୍ରାୟ ୨ ହଜାର ଲୋକ ଏକାଠି ହୋଇଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ପ୍ରାୟ ୫୦ ରାଉଣ୍ଡ ଗି ଚଳାଇଥିଲେ। ଅତର୍କିତ ଗୁଳିଚାଳନା ଯୋଗୁଁ ଜୀବନ ବଞ୍ଚାଇବାକୁ ଲୋକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥାଏ। ଏଥିରେ ଅନେକ ଲୈକ ଆହତ ହୋଇଛନ୍ତି।

ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଜଣେ ଦୁର୍ବୃତ୍ତକୁ ଏନକାଉଣ୍ଟର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ହେପାଜତକୁ ନିଆଯାଇଛି‌।

No comments:

COASTAL NEWS

ଶ୍ରୀମଦ୍ ଭଗବତ୍ ଗୀତା ସପ୍ତମ ଅଧ୍ୟାୟ

Odia Devotional, Slow Tempo, Soulful Male Vocals, Ethereal Flute, Meditative Sitar, 80 BPM. ​୧. ଶ୍ରୀଭଗବାନ କହନ୍ତି ହେ ପାର୍ଥ ଶୁଣ, ...