AFFILIATE MARKETING

https://binomo.com?a=90810425bb57&t=0

Tuesday, December 2, 2025

ବଦଳିଲା ବାତ୍ୟାର ଗତିପଥ! ଉପକୂଳକୁ ବିପଦ

ବଦଳିଲା ବାତ୍ୟାର ଗତିପଥ! ଉପକୂଳକୁ ବିପଦ...
 
 ବଦଳିଲା ବାତ୍ୟାର ଗତିପଥ! ଉପକୂଳକୁ ବିପଦ.
ବାତ୍ୟା ଉପରେ ପଶ୍ଚିମାଝଡ଼ର ପ୍ରଭାବକୁ ନେଇ ବିଶେଷଜ୍ଞ କରୁଛନ୍ତି ଆକଳନ । ପଶ୍ଚିମାଝଡ଼ ଆସିଲେ ଗତିପଥ ବଦଳାଇପାରେ ବାତ୍ୟା । ଏପରି ହେଲେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା । ବଢ଼ି ଯାଇପାରେ ପବନର ଗତି । ସମୁଦ୍ର ପତନରେ ପାଣିପାଗ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ।
ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ ।  ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ ।  ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି ।  ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ପର୍ଯ୍ୟନ୍ତ ବଡ଼ ବର୍ଷା ହୋଇପାରେ ।  ୨୬ ତାରିଖରେ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି ।  ୨୭ରେ ରାୟଗଡ଼ା, ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ ।  ୨୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।  ୨୯ରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଅକ୍ଟୋବର ୨୮ ତାରିଖ (ବୁଧବାର) ସକାଳ ସାଢ଼େ ୮ଟାରୁ ଅକ୍ଟୋବର ୩୦ (ଗୁରୁବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଂଜାମ, ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକ ଜିଲ୍ଲାକୁ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ମାଲକାନଗିରି, କନ୍ଧାମାଳ, ରାୟଗଡ଼ା, କୋରାପୁଟ, ମୟୂରଭଂଜ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ନବରଂଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


୧୫ ଜିଲ୍ଲା ପ୍ରଭାବିତ ହୋଇପାରେ: ମନ୍ତ୍ରୀ


ମାଡିଆସୁଛି ଭୀଷଣ ବାତ୍ୟା 'ମୋନ୍ଥା' ଏ ନେଇ ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବାତ୍ୟା ମୋନ୍ଥା ଦ୍ଵାରା ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିପାରେ। ଯଦି ବି ବାତ୍ୟା ମୋନ୍ଥା ଦିଗ ପରିବର୍ତ୍ତନ କରେ ତାହେଲେ ବି ସରକାର ପ୍ରସ୍ତୁତ ଅଛନ୍ତି। ଆମେ ଏ ନେଇ ଜଳସମ୍ପଦ, ପଞ୍ଚାୟତିରାଜ , କୃଷି ଓ ଶକ୍ତି ବିଭାଗକୁ ସଜାଗ କରିଛୁ। ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ। ଯଦି ଲୋକେ ପାଣି ଘେରରେ ରୁହନ୍ତି , ତାହେଲେ ଆମେ ସେମାନଙ୍କୁ ଖାଦ୍ୟ ଯୋଗାଇବୁ। ଲୋକଙ୍କ ଜୀବନ ରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। ୨୮ ଏବଂ ୨୯ ତାରିଖ ଦୁଇ ଦିନ ଓଡିଶା ଉପରେ ବାତ୍ୟାର ପ୍ରଭାବ ରହିବ।
ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ସ୍ଥିତି ଦେଖି ସମସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲିଠାରୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି , ସେମାନେ ଯଥାଶୀଘ୍ର ଫେରି ଆସିବା ସହିତ ନିଜ ନିଜର ଜାଲ, ଡ଼ଙ୍ଗା ଆଦିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି।


No comments:

COASTAL NEWS

“ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ ରିକୃଟମେଣ୍ଟ 2025” ର ବିସ୍ତୃତ ସମାଚାର

ନମସ୍କାର  କୋଷ୍ଟାଲ ନିଉଜ୍ ଓଡ଼ିଆ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଣିଛୁ ଏକ ନୂଆ ନିଯୁକ୍ତି ଖବର , ଯାହା ହେଉଛି  “ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ...