AFFILIATE MARKETING

https://binomo.com?a=90810425bb57&t=0

Saturday, December 13, 2025

ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ପୁଣି ଗିରଫ

୩୬ ବର୍ଷ ଜେଲରେ ବିତାଇ ଫେରିଥିଲେ

ତେହେରାନ, ୧୩/୧୨: ଇରାନର ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମହମ୍ମଦିଙ୍କୁ ଗିରଫ ପୁଣି କରାଯାଇଛି। ଗତ ବର୍ଷ ଡ଼ିସେମ୍ବରରେ ଅସ୍ଥାୟୀ ଭାବେ ଜେଲରୁ ବାହାରିଥିବା ନର୍ଗିସଙ୍କୁ ଏକ ସ୍ମୃତି ଚାରଣ ସଭାରେ ଗିରଫ କରାଯାଇଛି‌।

ଇରାନର ଜଣେ ମାନବାଧିକାର ଓକିଲଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେବା ଅବସରରେ ତାଙ୍କୁ ଗିରଫ କରାଯାଇଛି। ଇରାନ ନର୍ଗିସ ମହମ୍ମଦିଙ୍କୁ ଗିରଫ କରିଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ନର୍ଗିସ ମହମ୍ମଦିଙ୍କ ଫାଉଣ୍ଡେସନ କହିଛି ଯେ ବିବାଦୀୟ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଜଣେ ମାନବାଧିକାର ଓକିଲଙ୍କ ସ୍ମୃତିଚାରଣ ସଭା ସମୟରେ ତାଙ୍କୁ ଅଟକ ରଖାଯାଇଥିଲା।

ତେହେରାନର ପ୍ରାୟ ୬୮୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ମଶାଦରେ ସନ୍ଦେହଜନକ ଭାବେ ମୃତ ଅବସ୍ଥାରେ ମିଳିଥିବା ମାନବାଧିକାର ଓକିଲ ଖୋସରୋ ଆଲିକୋର୍ଡିଙ୍କ ସମ୍ମାନାର୍ଥେ ଏହି ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ନର୍ଗିସ।

୨୦୨୪ ଡିସେମ୍ବରରେ ସ୍ୱାସ୍ଥ୍ୟଗତ କାରଣରୁ ୫୩ ବର୍ଷ ବୟସ୍କା ନର୍ଗିସ ମହମ୍ମଦିଙ୍କୁ ଜେଲରୁ ଅସ୍ଥାୟୀ ଭାବେ ମୁକ୍ତ କରାଯାଇଥିଲା, ଯାହା କେବଳ ତିନି ସପ୍ତାହ ପାଇଁ ଥିଲା। ତେବେ ଜେଲରୁ ବାହାରିବା ପରେ, ମହମ୍ମଦି ମାନବାଧିକାର କାର୍ଯ୍ୟକଳାପରେ ସକ୍ରିୟ ରହିଥିଲେ। ସେ ରହିଥିବା ଏଭିନ୍ ଜେଲ୍ ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ।

ନର୍ଗିସ ଇରାନର ଜଣେ ଚର୍ଚ୍ଚିତ ମାନବାଧିକାର କର୍ମୀ। ଇରାନରେ ମହିଳାଙ୍କ ସ୍ୱାଧୀନତା ଓ ଅଧିକାର ଉପରେ ରୋକ୍ ଲାଗିଥାଏ। ଯାହା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ନର୍ଗିସ। ସେ ମହିଳାଙ୍କ ହିଜାବ୍ ପିନ୍ଧା ଉପରେ ପ୍ରତିବାଦ କରନ୍ତି। ନର୍ଗିସ ଯୁବାବସ୍ଥାରୁ ହିଁ ଇରାନରେ ମହିଳା ବିରୋଧୀ ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛନ୍ତି। ମାନବାଧିକାର ଉପରେ ତାଙ୍କର କାର୍ଯ୍ୟ ପାଇଁ ୨୦୨୩ରେ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିଲେ। ସେତେବେଳେ ମଧ୍ୟ ସେ ଜେଲରେ ଥିଲେ।

ବର୍ତ୍ତମାନ ସୁଦ୍ଧା ମହମ୍ମଦି ୧୩ ଥର ଗିରଫ ହୋଇଥିବା ବେଳେ ତାଙ୍କ ଜୀବନର ପ୍ରାୟ ୩୬ ବର୍ଷ ସେ ଜେଲରେ ବିତାଇଛନ୍ତି। ଏହା ସହ ତାଙ୍କୁ ୧୫୪ ଥର ଚାବୁକ ମାଡ଼ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...