ଆଶା ନଉକାରେ ଯାତ୍ରା କରୁଥିଲି ତୋ ପ୍ରେମ ନଦୀରେ ଆହୁଲା ନେଇ
କେଉଁଠୁ ଆସିଲା ଘୂର୍ଣ୍ଣି ଝଡ଼ ଗୋଟା ଡଙ୍ଗା କୁ ମୋହର ଦେଲା ଡୁବାଇ
ତୋହର ବାହୁର ଶୀତଳ ସ୍ପର୍ଶେ ପ୍ରେମ ଯାତ୍ରା ମୋର ଚାଲିଥିଲା
ତୋହର ଗଭାର କବରୀ ଖୋଲିଲେ ରାତ୍ରି ମୋ ପାଇଁ ଆସୁଥିଲା l
ମୁଖ ଚନ୍ଦ୍ରମା ତୋ ଅନ୍ଧାର ରାତିରେ ଶୁଭ୍ର ତେଜ ରଶ୍ମି ଝାରୁଥିଲା l
ସେ ଚାନ୍ଦ ଜୋସ୍ନା ରେ ମୋ ହୃଦୟେ ଥିବା ପ୍ରେମର ଝରଣା ଝରୁଥିଲା l
ଚାନ୍ଦ କି ତୋହର ମୁଖ ପ୍ରତିବିମ୍ବ, ତାରକା ତୋହର କି ଓଢ଼ଣୀ
ଚାହାଣିରେ ତୁମେ ଚଞ୍ଚଳ ହରିଣୀ ବାଣୀ ରେ ବୀଣା ନିନାଦିନି
ବତାସରେ ଏବେ ଆଉ ଆସୁନାହିଁ ତୋ ଅଙ୍ଗ ସୁବାସ ମନମୋହି,
କେଉଁଠି ରହିଲୁ ମୋର ପ୍ରାଣପ୍ରିୟା ଠିକଣା ମୁଁ ତୋର ପାଉନାହିଁ,
କେତେ ଦୂରେ ପ୍ରିୟା ଏ ଚାନ୍ଦରାତିରେ ତୋ ପ୍ରାଣପ୍ରିୟ କୁ ଛାଡିଦେଇ,
କଟୁ ନାହିଁ ଦିନ ଲିଭୁନାହିଁ ଚିହ୍ନ ହୃଦେ ଚାଲିଗଲୁ ଆଙ୍କିଦେଇ,
ମୁଁ ଯଦି ଦେହ ତୁମେ ମୋର ଛାଇ କହିଥିଲ ଛାଡି ଯିବନାହିଁ,
ମୋର ନିଶ୍ଵାସରେ ତୋ ଦେହ ସୁଗନ୍ଧ ଏବେ ଆଉ ପ୍ରିୟା ଆସୁନାହିଁ,
ରହିପାରୁନାହିଁ ସହିପାରୁନାହିଁ କାହାରିକୁ କହି ପାରୁନାହିଁ,
କେଉଁଠି ଅଚ୍ଛ ପ୍ରାଣ ପ୍ରିୟା ତୁମେ ତୁମ ଆସିବାକୁ ଅଛି ଚାହିଁ,
No comments:
Post a Comment