AFFILIATE MARKETING
Friday, September 29, 2023
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Saturday, July 15, 2023
ଅଜଣା ଜନ୍ତୁ ଆତଙ୍କ
ଅଜଣା ଜନ୍ତୁ ଆତଙ୍କ, ଗୁହାଳରେ ପଶି ମାରିଦେଲା ୪୦ରୁ ଅଧିକ ମେଣ୍ଢା
ଢେଙ୍କାନାଳ : ମରିଗଲେ ୪୦ରୁ ଅଧିକ ମେଣ୍ଢା । ଢେଙ୍କାନାଳ ସଦର ରେଞ୍ଜ ଆରଦା ଗାଁରେ ଅଜଣା ଜନ୍ତୁର ଆତଙ୍କ । ଗୁହାଳରେ ପଶି ୪୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଛାନିଆ । ମୃତ ମେଣ୍ଢାଙ୍କ ବେକ ଓ ଦେହରେ ରହିଛି ଗଭୀର କ୍ଷତ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗତ ରାତିରେ କୌଣସି ଅଜଣା ଜୀବ ଗୁହାଳରେ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରି ମାରି ଦେଇଥିବା କହିଛନ୍ତି ମାଲିକ । ଅଚାନକ ଗୋଟିଏ ରାତିରେ ଏତେ ମାତ୍ରାରେ ମେଣ୍ଢା ଏପରି ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଘଟଣାରେ କୌଣସି ଅଜଣା ଯିବ ଗାଁରେ ପଶି ଆତଙ୍କ ଘଟାଇଥିବା ନିଆଳିର ପୁନରାବୃତ୍ତି ଢେଙ୍କାନାଳରେ ଘଟୁଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି । ଯାହାକୁ ନେଇ ଏହି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଗ୍ରାମବାସୀ ମାନେ ଅଜଣା ଜୀବକୁ ନେଇ ଭୟଭୀତ ହୋଇପଡିଛନ୍ତି ।
ସେପଟେ ଖବର ପାଇ ଢେଙ୍କାନାଳ ରେଞ୍ଜର ବନ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଜୀବ ଜନ୍ତୁଙ୍କର ପାଦ ଚିହ୍ନ ନଥିବା ଓ ଏହି ଅଞ୍ଚଳରେ ହେଟା ବାଘର ଉପସ୍ଥିତି ସେପରି ନଥିବା ପ୍ରକାଶ କରିଛନ୍ତି ସଦର ରେଞ୍ଜର। ଗୋଟିଏ ପଟରେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଆକ୍ରମଣ କାରୀ ଜୀବର ପାଦଚିହ୍ନ ନଥିବା ଆଶଙ୍କା କରାଯାଇଛି।
ତେବେ ଏକା ଥରକେ ଜଣଙ୍କର ଏତେ ମାତ୍ରାରେ ମେଣ୍ଢା ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିବା ବନ ବିଭାଗକୁ ବିଭ୍ରାନ୍ତରେ ପକାଇ ଦେଇଛି। ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ । ତୁରନ୍ତ ଏହି ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ କ୍ଷତିଗ୍ରସ୍ତ ମେଣ୍ଢା ମାଲିକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ହ୍ବାଟସ୍ଆପ୍ରେ ଫୋନ୍ ନମ୍ବର ଲୁଚାଇ ହେବ
ହ୍ବାଟସ୍ଆପ୍ରେ ଫୋନ୍ ନମ୍ବର ଲୁଚାଇ ହେବ
ନୂଆଦିଲ୍ଲୀ: ହ୍ବାଟସ୍ଆପ୍ରେ ଖୁବ୍ଶୀଘ୍ର ଫୋନ୍ ନମ୍ବରକୁ ଗୋପନ ରଖିବାର ସୁବିଧା ମିଳିବ। କଂପାନି ଏବେ ଏହି ସୁବିଧା ଉପରେ ପରୀକ୍ଷଣ ଜାରି ରଖିଛି। ତାହା ସଫଳ ହେଲେ ସବୁ ବ୍ୟବହାରକାରୀଙ୍କ ପାଇଁ ସେହି ସୁବିଧା କାର୍ଯ୍ୟକାରୀ କରାଯିବ। ବିଶେଷ କରି ହ୍ବାଟସ୍ଆପ୍ ଗ୍ରୁପ୍ରେ ଫୋନ୍ ନମ୍ବରକୁ ଲୁଚାଇ ହେବ। କୌଣସି ବ୍ୟକ୍ତି ଆପଣଙ୍କ ଫୋନ୍ ନମ୍ବର ଦେଖିପାରିବେନି। ଏବେ କିଛି ବିଟା ବ୍ୟବହାରକାରୀଙ୍କୁ ନେଇ ଏହାର ପରୀକ୍ଷଣ ଚାଲିଛି।
ହ୍ବାଟସ୍ଆପ୍ ଏହାର ‘ଫୋନ୍ ନମ୍ବର ପ୍ରାଇଭେସି’ ସୁବିଧା ଉପରେ କାମ କରୁଛି ଯାହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହୋଇଛି। ଏହି ସୁବିଧା ବ୍ୟବହାର କରିବା ଲାଗି ହ୍ବାଟସ୍ଆପ୍ର ସଦ୍ୟତମ ବିଟା ଅପ୍ଡେଟ୍କୁ ଇନଷ୍ଟଲ୍ କରିବାକୁ ପଡ଼ିବ। ଅପ୍ଡେଟ୍ ପରେ କମ୍ୟୁନିଟିରେ ‘ଫୋନ୍ ନମ୍ବର ପ୍ରାଇଭେସି’ ନାମକ ଏକ ସୁବିଧା ଉପଲବ୍ଧ ଥିବା ଦେଖିବାକୁ ମିଳିବ। ଫୋନ୍ ନମ୍ବର ପ୍ରାଇଭେସି ସୁବିଧାକୁ ବ୍ୟବହାର କଲେ କେବଳ ଗ୍ରୁପ୍ର ଆଡ୍ମିନି ଓ ଯେଉଁମାନଙ୍କ ଫୋନ୍ରେ ନମ୍ବର ସେଭ୍ ହୋଇଥିବ ସେମାନେ ଫୋନ୍ ନମ୍ବର ଦେଖିପାରିବେ। ଅନ୍ୟମାନଙ୍କ ଲାଗି ନମ୍ବର ଗୋପନ ରହିବ। ଗ୍ରୁପ୍ର ଆଡ୍ମିନ୍ଙ୍କ ନମ୍ବର ସମସ୍ତେ ଦେଖିପାରିବେ। ହ୍ବାଟସ୍ଆପ୍ ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ସୁବିଧା ଆରମ୍ଭ କରାଯାଉଛି। ବ୍ୟବହାରକାରୀମାନଙ୍କ ଗୋପନୀୟତାକୁ ବଜାୟ ରଖିବା ଦିଗରେ କଂପାନି ବହୁତ କାମ କରୁଥିବା ଜଣାପଡ଼ିଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Friday, July 14, 2023
ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩
ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩
ଚନ୍ଦ୍ରକୁ ଉଡିଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।
କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।
ଏଲଭିଏମ୍-୩ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୪୩ ଦଶମିକ ୫ ମିଟର ଏଲଭିଏମ୍-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧାବୃତାକାର ପୃଥିବୀ କକ୍ଷପଥକୁ ପଠାଇବ । ଏହା ପରେ ଚନ୍ଦ୍ରଯାନ ତାର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି ।
‘ବାହୁବଳୀ’ ରକେଟ୍ ଏଲଭିଏମ୍
– ଏଲଭିଏମ୍-୩ ହେଉଛି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକିଲ
– ଯାହା ମହାକାଶକୁ ଏକ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ
– ଏହା ଇସ୍ରୋ ଦ୍ୱାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍
– ଏହି ଶ୍ରେଣୀର ରକେଟ୍ ଭିତରେ ଏହା ହେଉଛି ଅଦ୍ୱିତୀୟ
– ରକେଟ୍ ଗୁଡିକ ଭିତରେ ଏହା ‘ବାହୁବଳୀ’ ଭାବେ ଜଣାଶୁଣା
– ଏଲଭିଏମ୍-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍
– ଦୁଇଟି କଠିନ ଇନ୍ଧନ ବୁଷ୍ଟର ଓ ଏକ ତରଳ ଇନ୍ଧନ କୋରଷ୍ଟେଜ୍ରେ ସଜ୍ଜିତ
– କଠିନ ଇନ୍ଧନ ବୁଷ୍ଟର ଗୁଡିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରିଥାଏ
– ତରଳ ଇନ୍ଧନ କୋର ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ ପାଇଁ ଶକ୍ତି ଦେଇଥାଏ
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଆଜି ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ
ଆଜି ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ
ନୂଆଦିଲ୍ଲୀ: ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ କିଛି ଠିକଠାକ୍ ଚାଲିଲେ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଅକୃତକାର୍ଯ୍ୟ ହୋଇଥିଲା। ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇ ନଥିଲା। ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩। ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ। ଚନ୍ଦ୍ରଯାନ-୩ ପ୍ରେରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।
ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ୨୦୧୯ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା। ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା। ଗତିପଥରେ ପରିବର୍ତ୍ତନ ଓ ଦ୍ରୁତ ଗତି ଯୋଗୁଁ ‘କ୍ରାସ ଲ୍ୟାଣ୍ଡିଂ’ କରିଥିଲା ଲ୍ୟାଣ୍ଡର। ଏହାସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ। ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି ଭୁବନେଶ୍ୱର ସ୍ଥିତ ସିଟିଟିସି ବା ‘ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର’। ତେବେ
ଛୋଟବଡ଼ ହଜାର ହଜାର ଯନ୍ତ୍ରାଂଶ ତିଆରି ପାଇଁ ଦିନରାତି ଏକ କରି ଦେଇଥିଲେ ସିଟିଟିସିର ଟେକ୍ନିସିଆନ୍। ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର। ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ। କାରଣ ଏପର୍ଯ୍ୟନ୍ତ ଦକ୍ଷିଣ ଧ୍ରୁବର ଏତେ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିନି କାହାରି ଚନ୍ଦ୍ରଯାନ।
ଏଲଭିଏମ୍-୩ ଚନ୍ଦ୍ରଯାନ-୩କୁ ପୃଥିବୀ ପୃଷ୍ଠଠାରୁ ୩,୮୪,୦୦୦ ଦୂରକୁ ନେଇ ଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୪୫ରୁ ୪୮ଦିନ ଲାଗିଯିବ। ତେଣୁ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରଯାନର ମୋଟ ଓଜନ ୩୯୦୦ କିଲୋ ହୋଇଥିବାବେଳେ ଏଥିରେ ଥିବା ଲ୍ୟାଣ୍ଡର (ବିକ୍ରମ) ୧୭୫୨ କିଲୋ, ରୋଭର (ପ୍ରଜ୍ଞାନ) ୨୬ କିଲୋ ଓ ପ୍ରୋପୁଲଜନ ମୋଡୁଲ ୨୧୪୮ କିଲୋ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Thursday, July 13, 2023
ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ
ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସ୍ପେଶ ମିଶନ ସଂପୂର୍ଣ୍ଣ ପ୍ରସ୍ତୁତ । ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ରଯାନ-୩କୁ ନେଇ ବଢ଼ୁଛି ଉତ୍କଣ୍ଠା । ଆସନ୍ତାକାଲି ଚନ୍ଦ୍ର ଅଭିମୁଖେ ଗତି କରିବ ଚନ୍ଦ୍ରଯାନ ଥ୍ରୀ । ଭାରତୀୟ ମହକାଶ ଗବେଷଣା ସଂସ୍ଥା ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ରରେ ପହଞ୍ଚିବାର ଅଭିଯାନ କରୁଛି।
ଏଥିପାଇଁ ଚନ୍ଦ୍ରଯାନ-୩କୁ ଶୁକ୍ରବାର ପଠାଯିବ। ଚନ୍ଦ୍ରମାରେ ଯାନକୁ ‘ସଫ୍ଟ ଲ୍ୟାଣ୍ଡିଂ’ ବା ସୁରକ୍ଷିତ କରିବା ଇସ୍ରୋ ପାଇଁ ଚାଲେଞ୍ଜ ରହିଛି। ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ସେଠାରେ ଥିବା ରହସ୍ୟମୟ ଅନ୍ଧକାରମୟ ସ୍ଥାନର ଖୋଜ୍ କରିବ। ଏହି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟକିରଣ ପଡ଼ିନାହିଁ। ତେବେ ଭାରତ ଯଦି ଏଥିରେ ସଫଳ ହେଉଛି ତେବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରରୁ ପହଞ୍ଚିବାରେ ପ୍ରଥମ ଦେଶ ହୋଇଯିବ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଓଡ଼ିଶାକୁ ୭୦୭ କୋଟି ଅନୁଦାନ
ଓଡ଼ିଶାକୁ ୭୦୭ କୋଟି ଅନୁଦାନ
ନୂଆଦିଲ୍ଲୀ : ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ୭୫୩୨ କୋଟି ଅନୁଦାନ ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଓଡ଼ିଶାକୁ ରାଜ୍ୟ ବିପର୍ଯୟ ପରିଚାଳନା ପାଣ୍ଠି (ଏସଡିଆରଏଫ)କୁ ଚଳିତ ବର୍ଷ ପ୍ରଥମ କିସ୍ତିରେ ୭୦୭.୬୦ କୋଟି ଅନୁଦାନ ମିଳିଛି। ଏହି ଅନୁଦାନ ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, କୁଆପଥର ବୃଷ୍ଟି, ଭୂସ୍ପଳନ, ବରଫ ପାହଡ଼ ଧସିବା, ବାଦଲ ଫଟା ବର୍ଷା, କୀଟପତଙ୍ଗ ଆକ୍ରମଣ, ଥଣ୍ଡା ଏବଂ ଶୀତଲହର ମୁକାବିଲା ଲାଗି ରାଜ୍ୟ ଗୁଡ଼ିକ ଖର୍ଚ୍ଚ କରିପାରିବେ। ଅର୍ଥ ଆୟୋଗଙ୍କ ଅନୁମୋଦନ କ୍ରମେ ଦୁଇଟି ପର୍ଯ୍ୟାୟରେ ସମାନ କିସ୍ତିରେ ପ୍ରତିବର୍ଷ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ରୀୟ ଅଂଶ ପ୍ରଦାନ କରିଥାନ୍ତି। ଏସଡିଆରଏଫରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ ଅଂଶ ରହିଥାଏ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି
ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି
ନୂଆଦିଲ୍ଲୀ : ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଚୁକ୍ତି। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ୨୬ ନୂଆ ରାଫେଲ ଏମ୍ ନାଭାଲ ଜେଟ୍ କିଣିବା ନେଇ ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ନୂଆ ଚୁକ୍ତି ହୋଇପାରେ। ୨୦୧୬ରେ ରାଫେଲ ଚୁକ୍ତିର ତଦନ୍ତ କରୁଛନ୍ତି ପ୍ୟାରିସ ମାଜିଷ୍ଟ୍ରେଟ୍ କୋର୍ଟ। ମାମଲାରେ ତଦନ୍ତ କରିବାକୁ ଭାରତକୁ ସେ ଏକ ଅନୁରୋଧ ପତ୍ର ପଠାଇଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତର ଏନ୍ଡିଏ ସରକାର ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ ଠାରୁ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲେ। ହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଭାରତ ସରକାର ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ଅଗ୍ରହ ଦେଖାଇ ଚୁକ୍ତି କରିଛନ୍ତି ବୋଲି ଦଳ ଅଭିଯୋଗ କରିଥିଲେ। ଚୁକ୍ତି ପାଇଁ ଡାସଲ୍ଟ ଭାରତ ସ୍ଥିତ ବ୍ୟାପାର ମଧ୍ୟସ୍ଥତା ସଂସ୍ଥାକୁ କିଛି ନିୟୁତ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ରାଫେଲ ଫାଇଟର ଏୟାର୍କ୍ରାଫ୍ଟ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍ କମ୍ପାନୀ ଭାରତୀୟ ବ୍ୟାପାର ମଧ୍ୟସ୍ଥ କମ୍ପାନୀକୁ ୭.୫ ନିୟୁତ ୟୁରୋ ଦେଇଥିଲା। ଚୁକ୍ତି ପାଇବା ପାଇଁ ୨୦୦୭ରୁ ୨୦୧୨ ମଧ୍ୟରେ ଏହି ରାଶି ଦିଆଯାଇଛି ବୋଲି ଦାବି କରାଯାଇଥିଲା। ଭାରତୀୟ ତଦନ୍ତକାରୀ ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ୨୦୧୮ରେ ସମସ୍ତ ପ୍ରମାଣ ପାଇଥିଲା। ହେଲେ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାସଲ୍ଟ କମ୍ପାନୀ ଓ ଭାରତ ସରକାର। ରାଫେଲ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନି ବୋଲି ଉଭୟ କମ୍ପାନୀ ଓ ସରକାର କହିଥିଲେ। ଏନେଇ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ତଦନ୍ତର ପରିଚାଳନା ହେଉ ବୋଲି ଏକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ମାମଲାକୁ ଆଗକୁ ନେବା ପାଇଁ କୋର୍ଟ କୌଣସି ପ୍ରମାଣ ପାଉ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ। ସୂଚନା ଥାଉକି; ଶେଷ ୩୬ ରାଫେଲ ବିମାନ ୨୦୨୨ ଡିସେମ୍ବର ମାସର ଭାରତ ଅଣାଯାଇଥିଲା। ଏବେ ପୁଣି ୨୬ଟି ନାଭାଲ୍ ଏୟାର୍କ୍ରାଫ୍ଟ ଆଣିବାକୁ ଚୁକ୍ତି ହେବ। ପାଖାପାଖି ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୬ ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ଭର୍ସନ ଏୟାରକ୍ରାଫ୍ଟ ରହିଛି। ଭାରତୀୟ ନୌସେନା ପାଇଁ ବିମାନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟରରେ ଆଇଏନ୍ଏସ୍ ବିକ୍ରାନ୍ତ ଓ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଏଗୁଡ଼ିକୁ ମୁତୟନ କରାଯିବ। ବର୍ତ୍ତମାନ ଏହି ଦୁଇଟି ଯୁଦ୍ଧ ଜାହାଜରେ ମିଗ୍-୨୯ ବିମାନ ଖଞ୍ଜାଯାଇଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
୧୫ରେ ଆବୁଧାବି ଗସ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ବାହାରିଛନ୍ତି । ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ।
ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପ୍ୟାରିସ ଗସ୍ତ କରିଛନ୍ତି । ଶୁକ୍ରବାର ବଷ୍ଟିଲ୍ ଡେ’ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ସେଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ । ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ନୈଶଭୋଜିର ମଧ୍ୟ ଆୟୋଜନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ।
ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।
ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ରେ ଆବୁଧାବି ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ପ୍ରଦାନ କରିବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଉଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Thursday, April 27, 2023
ଜମ୍ମୁରେ ସେନା ଟ୍ରକ୍ରେ ଆତଙ୍କବାଦୀ ଆକ୍ରମଣ ଘଟଣା; ଶହୀଦ ହେଲେ ଜଣେ ଓଡ଼ିଆ ଯବାନ୍--
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଓଡ଼ିଆ ଯୁବକକୁ ବିଭସ୍ଥ ହତ୍ୟା

COASTAL NEWS
ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା
ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବିଧାନସଭାରେ ଦରମା ଓ ଭତ୍ତା ବିଲ୍ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ଭୁବନେଶ...

.jpg)