AFFILIATE MARKETING

https://binomo.com?a=90810425bb57&t=0

Saturday, July 15, 2023

ଅଜଣା ଜନ୍ତୁ ଆତଙ୍କ

 ଅଜଣା ଜନ୍ତୁ ଆତଙ୍କ, ଗୁହାଳରେ ପଶି ମାରିଦେଲା ୪୦ରୁ ଅଧିକ ମେଣ୍ଢା




ଢେଙ୍କାନାଳ   : ମରିଗଲେ ୪୦ରୁ ଅଧିକ ମେଣ୍ଢା । ଢେଙ୍କାନାଳ ସଦର ରେଞ୍ଜ ଆରଦା ଗାଁରେ ଅଜଣା ଜନ୍ତୁର ଆତଙ୍କ ।  ଗୁହାଳରେ ପଶି ୪୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଛାନିଆ । ମୃତ ମେଣ୍ଢାଙ୍କ ବେକ ଓ ଦେହରେ ରହିଛି ଗଭୀର କ୍ଷତ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଖବର ଅନୁଯାୟୀ, ଗତ ରାତିରେ କୌଣସି ଅଜଣା ଜୀବ ଗୁହାଳରେ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରି ମାରି ଦେଇଥିବା କହିଛନ୍ତି ମାଲିକ । ଅଚାନକ ଗୋଟିଏ ରାତିରେ ଏତେ ମାତ୍ରାରେ ମେଣ୍ଢା ଏପରି ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଘଟଣାରେ କୌଣସି ଅଜଣା ଯିବ ଗାଁରେ ପଶି ଆତଙ୍କ ଘଟାଇଥିବା ନିଆଳିର ପୁନରାବୃତ୍ତି ଢେଙ୍କାନାଳରେ ଘଟୁଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି । ଯାହାକୁ ନେଇ ଏହି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଗ୍ରାମବାସୀ ମାନେ ଅଜଣା ଜୀବକୁ ନେଇ ଭୟଭୀତ ହୋଇପଡିଛନ୍ତି ।


ସେପଟେ ଖବର ପାଇ ଢେଙ୍କାନାଳ ରେଞ୍ଜର ବନ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଜୀବ ଜନ୍ତୁଙ୍କର ପାଦ ଚିହ୍ନ ନଥିବା ଓ ଏହି ଅଞ୍ଚଳରେ ହେଟା ବାଘର ଉପସ୍ଥିତି ସେପରି ନଥିବା ପ୍ରକାଶ କରିଛନ୍ତି ସଦର ରେଞ୍ଜର। ଗୋଟିଏ ପଟରେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଆକ୍ରମଣ କାରୀ ଜୀବର ପାଦଚିହ୍ନ ନଥିବା ଆଶଙ୍କା କରାଯାଇଛି। 


ତେବେ ଏକା ଥରକେ ଜଣଙ୍କର ଏତେ ମାତ୍ରାରେ ମେଣ୍ଢା ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିବା ବନ ବିଭାଗକୁ ବିଭ୍ରାନ୍ତରେ ପକାଇ ଦେଇଛି। ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ । ତୁରନ୍ତ ଏହି ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ  କ୍ଷତିଗ୍ରସ୍ତ ମେଣ୍ଢା ମାଲିକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...