AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

 ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ


 


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି। କୁହାଯାଉଛି ଯେ, ଏହା ୟୁନିୟନ ଅଞ୍ଚଳରେ ସଂଯୋଗକୁ ତ୍ୱରାନ୍ବିତ କରିବ।


ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଆଜି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ୭୧୦ କୋଟି ଟଙ୍କା ବିମାନବନ୍ଦର ଭାରତ ପାଇଁ ଉତ୍ସର୍ଗ କରାଯାଉଛି। ଏହାଦ୍ୱାରା ଦିଲ୍ଲୀ-ଚେନ୍ନାଇ-ବିଶାଖାପାଟନମ ପାଇଁ ସଂଯୋଗ ହେବ ଏବଂ ଆଗାମୀ ଦିନରେ ଅଧିକ ସଂଯୋଗ ବୃଦ୍ଧି ପାଇବ। ଏହା ସହିତ ୪ ଟି ୱାଟର ଡ୍ରୋନ ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅର୍ଥନୈତିକ ବିକାଶ ଘଟିବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...