AFFILIATE MARKETING

https://binomo.com?a=90810425bb57&t=0

Wednesday, July 19, 2023

ଆଜି ଏନ୍‌ଡିଏ ବୈଠକ ; ଯୋଗ ଦେବେ ୩୮ ରାଜନୈତିକ ଦଳ

 ଆଜି ଏନ୍‌ଡିଏ ବୈଠକ ; ଯୋଗ ଦେବେ ୩୮ ରାଜନୈତିକ ଦଳ




ନୂଆଦିଲ୍ଲୀ : ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସହଯୋଗୀ ଦଳଗୁଡିକର ବୈଠକ ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସୋମବାର ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏନଡିଏ ବୈଠକରେ ୩୮ ଦଳ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏନଡିଏର ଅଂଶୀଦାର ଦଳଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ନିଜର ସକାରାତ୍ମକ କାର୍ଯ୍ୟ ଲାଗି ଜାତୀୟ ରାଜନୀତିରେ ଅପରାଜେୟ ହୋଇ ରହିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏନଡିଏ ମେଣ୍ଟକୁ କେତେକ ପୁରୁଣା ସହଯୋଗୀ ଯଥା ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାଶ), ଜିତନ ରାମ ମାନଝିଙ୍କ ହିନ୍ଦୁସ୍ତାନ ଆୱାମି ମୋର୍ଚ୍ଚା, ଉପେନ୍ଦ୍ର ଖୁସୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ଓମ୍‌ ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଫେରିଛନ୍ତି । ଏହି ଦଳଗୁଡିକୁ ବୈଠକକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପୱାରଙ୍କ ବିଦ୍ରୋହୀ ଏନସିପିକୁ ନିମନ୍ତ୍ରଣ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...