AFFILIATE MARKETING

https://binomo.com?a=90810425bb57&t=0

Thursday, July 27, 2023

ବଧୂ ହତ୍ୟା ଅଭିଯୋଗ

 ବଧୂ ହତ୍ୟା ଅଭିଯୋଗ



ଓଡ଼ଗାଁ: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ବଧିସାହି ଗ୍ରାମରେ। ଘଟଣା ଘଟାଇ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଶରଣକୁଳ ଥାନରେ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ବଧିସାହି ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ତପନ ପ୍ରଧାନ (୩୦) ବୈଦିକ ରୀତିନୀତିରେ ନୂଆଗାଁ ଥାନା ଜିଗିନୀପଡା ଗ୍ରାମର ଭିକାରି ସ୍ବାଇଁଙ୍କ ଝିଅ ମୋନାଲିସା ସ୍ଵାଇଁ (୨୧)ଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ଶିଶୁପୁତ୍ର ଜନ୍ମଗ୍ରହଣ କରିଛି। ସ୍ୱାମୀ ତପନ ସ୍ତ୍ରୀକୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲା । ତେବେ ଗତକାଲି ସକାଳ ୯ଟା ସମୟରେ ତପନ ପ୍ରଧାନ ଶଶୁରଙ୍କୁ ଫୋନ ଯୋଗେ ତାଙ୍କ ଝିଅ କବାଟ ଦେଇ ଘର ଭିତରେ ଥିବା ଏବଂ କବାଟ ଖୋଲୁନଥିବା କଥା ଜଣାଇଥିଲେ।


ଫୋନ ଶୁଣି ମୋନାଲିସାଙ୍କ ବାପା ଭିକାରି ସ୍ୱାଇଁ ଝିଅର ଶାଶୁ ଘରେ ପହଞ୍ଚିଥିଲେ। ଭିକାରି ଘରେ ପହଞ୍ଚିବା ପରେ ଘରର କବାଟ ଖୋଲାଥିବା ଓ ତାଙ୍କ ଝିଅ ଖଟ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଭିକାରି ଶରଣକୁଳ ଥାନାରେ ଝିଅକୁ ଯୌତୁକ ଦାବି କରି ଜୀବନରେ ମାରିଦେଇଥିବା ଅଭିଯୋଗ କରିବା ପରେ ଶରଣକୁଳ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା, ଏସ ଡି ପିଓ କିରଣ ହେମ୍ରମ୍ ଏବଂ ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ।


ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏପଟେ ସ୍ତ୍ରୀକୁ ମାରିବା ପରେ ସ୍ବାମୀ ତପନ ଓ ଶ୍ୱଶୁର ସୁବାସ ଫେରାର ହୋଇଯାଇଛନ୍ତି। ଏକ ବର୍ଷର ଶିଶୁପୁତ୍ର ମା ଛେଉଣ୍ଡ ହୋଇଥିବା ବେଳେ ସେ ବର୍ତ୍ତମାନ ଅଜାଙ୍କ ଘରେ ରହିବ ବୋଲି ଜଣାପଡ଼ିଛି। ଏ ନେଇ ପୁଲିସ ୧୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

No comments:

COASTAL NEWS

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର* ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ...