AFFILIATE MARKETING

https://binomo.com?a=90810425bb57&t=0

Saturday, July 29, 2023

ହଷ୍ଟେଲ୍ ରେ ନିର୍ଯ୍ୟାତନା

  ହଷ୍ଟେଲ୍ ରେ ନିର୍ଯ୍ୟାତନା 



ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ।  ଏକ ହୃଦୟସ୍ପର୍ଶୀ ଘଟଣା ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଘଟିଛି।


ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ବି ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଥିଲେ। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନ ଥିଲେ।


କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ପିଲାମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ଏହା ଅତିଷ୍ଠ ହେବାରୁ ଏକ ନାବାଳିକା ଓ ଏକ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସକାଳୁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକାଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ ନାବାଳିକା ଓ ନାବାଳକ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳି ଶୁଣି ଅତିଷ୍ଠ ହୋଇ ପଡ଼ିଥିଲେ। ଉଭୟ ଠିକ୍‌ ଭାବେ ଖାଇବାକୁ ମିଳୁ ନ ଥିବା ଅଭିଯୋଗ କରିଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନ ଥିଲା ବୋଲି କହିଛନ୍ତି।


ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀଦ୍ୱୟ ଆଜି ଭୋରୁ ଚାଲି ଚାଲି ପ୍ରାୟ ୬ କିମି ବାଟ ଅତିକ୍ରମ କରିଥିଲେ। ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌, ବସ୍‌ ଯାଉଥିବା ବେଳେ ପିଲାଦ୍ୱୟ କିପରି ଏତେ ବାଟ ଅତିକ୍ରମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଭୋର ୪ଟାରେ ସ୍କୁଲରୁ ପଳାଇ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିପରି ଟେର ପାଇ ପାରିଲେନି ତାହା ଏବେ ବଡ଼ ପ୍ରଶ୍ନବାଚୀ ।


ଚରମ୍ପା ନିକଟରେ ଜଣେ ଦୋକାନୀ ସେମାନଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ସ୍କୁଲ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।


ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

No comments:

COASTAL NEWS

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର* ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ...