AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

 ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ



ମୁମ୍ଵାଇ  : ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଗତ କାଲି ମୁଖ୍ୟ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୧ ମଣିପୁରର ଗିରଫଦାରୀ ପରେ ମୁଖ୍ୟ ଅଭିଯୁକ୍ତର ଘରେ ନିଆଁ ଲଗାଇ ଦେଇଥିଲେ।


କୁହାଯାଉଛି ଯେ କ୍ରୋଧିତ ଲୋକେ ଭିଡ ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ।ଯେଉଁଥିରେ ଅଧିକାଂଶ ମହିଳା ମଧ୍ୟ ସମ୍ପୃକ୍ତ ଥିଲେ। ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ମେ ୪ ରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି।  ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ପରିଚୟ ଜଣା ପଡିନାହିଁ। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି କହିଥିଲେ। ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...