AFFILIATE MARKETING

https://binomo.com?a=90810425bb57&t=0

Saturday, July 22, 2023

ଲୁଣି ବାହାଲ ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ

 ଲୁଣି ବାହାଲ  ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ



ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ପରିସ୍ଥିତି ଏପରି ହେଲା ଯେ ଅତ୍ୟଧିକ ଖରା ସହି ନ ପାରି ରାସ୍ତାରେ ହିଁ ଅଚେତ ହୋଇ ପଡ଼ିଗଲେ ୮ ଛାତ୍ରଛାତ୍ରୀ। ତୁରନ୍ତ ସେମାନଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନେ ସୁସ୍ଥ ଥିବା ଜଣାଯାଇଛି। ଏପରି ଏକ ଅସ୍ୱାଭାବିକ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଲୁଣିବାହାଲ ସ୍କୁଲରେ ଘଟିଛି।


ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦୁଇଜଣ ଛାତ୍ରଛାତ୍ରୀ ପିଟିଥିଲେ। ଏ ବିଷୟରେ ଛାତ୍ର ଜଣକ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ।


ତେବେ ପରିବାର ଲୋକ ଆଜି ସକାଳୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସ୍କୁଲ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିବା ପରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିଲା।


ହେଲେ ଇତି ମଧ୍ୟରେ ବିଦ୍ୟାଳୟ ବାହାରେ ଛିଡ଼ା ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଠ ଜଣ ଅଚେତ୍ ହୋଇ ପଡ଼ି ଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଉକ୍ତ ଆଠ ଜଣଙ୍କୁ ତୁରନ୍ତ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...