AFFILIATE MARKETING

https://binomo.com?a=90810425bb57&t=0

Saturday, July 22, 2023

ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ

 ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ



ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି।


ଏହି ବ୍ୟକ୍ତିଜଣକ ଡାଭିଡ ଥିକ୍‌ ବୋଲି ଜଣାପଡ଼ିଥିବା ବେଳେ ସେ କୁକି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ତାଙ୍କ କଟା ମୁଣ୍ଡକୁ ବିଷ୍ଣୁପୁର ଅଞ୍ଚଳରେ ବାଉଁଶ ଉପରେ ଝୁଲାଇ ଦିଆଯାଇଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଥିକ୍‌ଙ୍କୁ ଜୁଲାଇ ୨ ରେ ହତ୍ୟା କରାଯାଇଥିବା ଜଣାଯାଇଛି। ଉକ୍ତ ଦିନ ଘଟିଥିବା ସଂଘର୍ଷରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାଭିଡ ଥିକ୍‌ ବି ଥିବା ଜଣାଯାଇଛି।


ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିବା ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏଯାବତ ୫  ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏଯାବତ ଆହୁରି ବହୁ ଅଭିଯୁକ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଅଭିଯୋଗ ହେଉଛି। ଏହା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ହଜାର ହଜାର ଲୋକ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୟୋମଲେମବାମ ନୂଙ୍ଗସିଠୋଇ ମୈତି ନାମକ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୫ ଅଭିଯୁଙ୍କୁ ୧୧ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠା ଯାଇଥିବା ସୂଚନା ମିଳିଛି।


 ସୂଚନାଯୋଗ୍ୟ, ମଣିପୁର ରେ ମୈଥୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଉତ୍ତେଜନା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିବା ବେଳେ ଏଥିରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ନିରୀହ ବ୍ୟକ୍ତିଙ୍କ ଜୀବନ ଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...