AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

ଯୁବକଙ୍କୁ ଗଳାକାଟି ହତ୍ୟା

 ଯୁବକଙ୍କୁ ଗଳାକାଟି ହତ୍ୟା


 


ବରଗଡ଼ ୨୦।୭ : ବରଗଡ଼ ସହରରେ ବୁଧବାର ବିଳମ୍ବିତ ରାତିରେ ଏକା ହତ୍ୟାକାଣ୍ଡ ଘଟିଛି। ବରଗଡ଼ ପୌର ପରିଷଦ ଅଧୀନ ୧ ନଂ ଓ୍ବାର୍ଡର ମାଳପଡ଼ାସ୍ଥିତ ଏକ ନିର୍ମାଣାଧୀନ ଘର ପାଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଏହି ୧ ନଂ ଓ୍ବାର୍ଡର ରାକେଶ ପ୍ରଧାନ ବୋଲି ଜଣାପଡ଼ିଛି।


ଅଭିଯୁକ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହିତ ବରଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଗୋଟିଏ ଧାରୁଆ ଛୁରି ଓ ଗୋଟିଏ ମୋବାଇଲ ପଡ଼ିରହିଛି। ତେବେ କିଏ କିଭଳି ପରିସ୍ଥିତିରେ ତାଙ୍କୁ କାହିଁକି ହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ସପ୍ତାହକ ମଧ୍ୟରେ ବରଗଡ଼ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇପଡ଼ଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...