AFFILIATE MARKETING

https://binomo.com?a=90810425bb57&t=0

Saturday, July 29, 2023

ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ

 ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ 



ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ। ଏକବିଂଶ ଶତାବ୍ଦୀର ଭାରତରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦିଲ୍ଲୀ ପ୍ରଗତୀ ମଇଦାନସ୍ଥିତ ଭାରତ ମଣ୍ଡପମରେ ଦୁଇ ଦିନିଆ ଶିକ୍ଷା ସମାଗମକୁ ସମ୍ବୋଧିତ କରି ସେ କହିଛନ୍ତି ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିବାରୁ ଏହା ସମସ୍ତଙ୍କୁ ସେମାନଙ୍କର ମେଧା ପ୍ରଦର୍ଶିତ କରିବା ପାଇଁ ସୁଯୋଗ ଦେଇଛି । ସାମାଜିକ ନ୍ୟାୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଖିଳ ଭାରତୀୟ ଶିକ୍ଷା ସମାଗମର ଗୁରୁତ୍ୱ ସଂପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆଲୋଚନା ଓ ବିଚାରବିମର୍ଶକୁ ସୁଯୋଗ ଦେଇଛି । ଶିକ୍ଷା ସମାଗମ ଏହି ପରମ୍ପରାକୁ ଆଗକୁ ନେବ।


ନୂତନ ଜାତୀୟ ଶିକ୍ଷାନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ଶିକ୍ଷକମାନଙ୍କର ଭୂମିକାକୁ ପ୍ରଶଂସା କରିଛନ୍ତି। ଶିକ୍ଷକମାନଙ୍କ ଦ୍ୱାରା ମିଶନ ମୋଡ୍‌‌ରେ ଏହି ଶିକ୍ଷାନୀତି କାର୍ଯ୍ୟାନ୍ୱିତ ହୋଇଛି । ନୂତନ ଶିକ୍ଷାନୀତି ଜାତୀୟ ସ୍ତରରେ ଶିକ୍ଷାକ୍ଷେତ୍ରରେ ସମାନତା ଆଣିବ। ଦେଶର ଚାରିଆଡେ ୨୨ଟି ଭାଷାରେ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ବାବଦକୁ ୬୭୦୭ଟି ବିଦ୍ୟାଳୟ ପାଇଁ ୬୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହା ସହିତ ସେ ମଧ୍ୟ ବିଭିନ୍ନ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକର ଉଦ୍‌‌ଘାଟନ କରିଛନ୍ତି ।


ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୋଟିଏ ଶିକ୍ଷାନୀତି ପ୍ରଚଳନ ସଂପର୍କିତ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂରଣ କରିଛନ୍ତି । ଦେଶର ଅମୃତ କାଳରେ ଯୁବକମାନଙ୍କୁ ଗଢ଼ିବା ପାଇଁ ଏହି ଶିକ୍ଷାନୀତି ମାର୍ଗଦର୍ଶନ କରିବ । ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ନୀତି ନିର୍ଦ୍ଧାରକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ସେମାନଙ୍କର ଅନ୍ତର୍ନିହିତ ଜ୍ଞାନ ଓ ଭାବ ବିନିମୟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ।

No comments:

COASTAL NEWS

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର* ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ...