AFFILIATE MARKETING

https://binomo.com?a=90810425bb57&t=0

Wednesday, July 5, 2023

ଭୁବନେଶ୍ୱରରୁ ନିଖୋଜ,ଟିଟଲାଗଡରେ ଠାବ

 ଭୁବନେଶ୍ୱରରୁ ନିଖୋଜ,ଟିଟଲାଗଡରେ ଠାବ: ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ଦୁଇ ଛାତ୍ର







ବାରଙ୍ଗ : ମିଳିଲା ନିଖୋଜ ଦୁଇ ଛାତ୍ରଙ୍କ ସନ୍ଧାନ । ଟିଟଲାଗଡ଼ରୁ ମିଳିଲା ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଧାନ । ସ୍କୁଲ୍ ଯାଇ ହୋଇ ଥିଲେ ନିଖୋଜ । ଚନ୍ଦକା ଥାନା ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଜାରି ରଖିଥିଲା ସର୍ଚ୍ଚ ଅପରେସନ । ୨୪ ଘଣ୍ଟାରେ ମିଳିଲେ ଦୁଇ ନାବାଳକ । ତେବେ ନାବାଳକଙ୍କୁ କିଏ ଅପହରଣ କରିଥିଲା କି ଆଉ କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।


ସୂଚନା ଥାଉକି, ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ନେଇ ଚନ୍ଦକା ଥାନାରେ ହୋଇଥିଲା ଅଭିଯୋଗ । ସ୍କୁଲ୍ ଯାଇ ଘରକୁ ଫେରି ନଥିଲେ ଦୁଇ ନାବାଳକ ଛାତ୍ର । ସକାଳୁ ରାତି ଯାଏ ଖୋଜିଖୋଜି ନୟାନ୍ତ ହୋଇଥିଲେ ହେଲେ ଦୁଇ ନାବାଳକଙ୍କ ବାପା ମାଆ ଓ ପରିବାର ଲୋକେ। ଚନ୍ଦକା ଥାନରେ ବାପା ମାଆ ଏ ନେଇ ଅଭିଯୋଗ କରିଥିଲେ ।


ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଦୁଇ ଦଶମ ଶ୍ରେଣୀ ଛାତ୍ର ପୃଥ୍ବୀରାଜ ପ୍ରଧାନ ଏବଂ ସୋନୁ କୁମାର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସବୁଦିନ ପରି ମଙ୍ଗଳବାର ମଧ୍ୟ ସ୍କୁଲ ଯାଇ ଥିଲେ ଉଭୟ । ହେଲେ ଆଉ ଘରକୁ ଫେରିନଥିଲେ । ସମୟ ଗଡିବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ।


ତେବେ ଦୀର୍ଘ ସମୟ ଧରି ଛାତ୍ର ମାନଙ୍କ ପତ୍ତା ମିଳି ନଥିବାରୁ ସ୍ଥାନୀୟ ଚନ୍ଦକା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଚନ୍ଦକା ଥାନା ଅଧିକାରୀ ଖବର ପାଇ ବିଭିନ୍ନ ସ୍ଥାନକୁ ଯାଇ ଖୋଜାଖୋଜି କରିବା ସହ ବିଭିନ୍ନ ଛକରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ତଦନ୍ତ କରିଥିଲା ପୋଲିସ । ଆଉ ଟିଟଲାଗଡରୁ ମିଳଇଥିଲା ପତ୍ତା ।(News-News7)

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...