AFFILIATE MARKETING

https://binomo.com?a=90810425bb57&t=0

Wednesday, July 5, 2023

ଭାରତରେ ହ୍ୱାଟସଆପ୍‌ ବନ୍ଦ କଲା ୬୫ ଲକ୍ଷ ଆକାଉଣ୍ଟ;

 ଭାରତରେ ହ୍ୱାଟସଆପ୍‌ ବନ୍ଦ କଲା ୬୫ ଲକ୍ଷ ଆକାଉଣ୍ଟ; 





ନୂଆଦିଲ୍ଲୀ  : ହ୍ୱାଟସଆପ୍‌ ୬୫ ଲକ୍ଷରୁ ଅଧିକ ଭାରତୀୟ ହ୍ୱାଟସଆପ୍‌ ଆକାଉଣ୍ଟ ବ୍ୟାନ୍‌ କରିଛି। ୟୁଜର୍ସଙ୍କ ଠାରୁ ଅଭିଯୋଗ ମିଳିବା ପରେ କମ୍ପାନୀ ଏପରି ପଦକ୍ଷେପ ନେଇଛି। ପ୍ରକୃତରେ ଏବେ ଭାରତରେ ଅନ୍‌ଲାଇନ୍ ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟକ ଦିନ ନୂଆ ଠକେଇ ମାମଲା ସାମ୍ନାକୁ ଆସୁଛି ଏବଂ ମେସେଞ୍ଜିଙ୍ଗ ଆପ୍‌ ହ୍ୱାଟସଆପ୍‌ ଏସବୁ ଘୋଟାଲାର ବଡ଼ ଆଡ୍ଡା ହେବାକୁ ଯାଉଛି। କାରଣ ସାଇବର ଅପରାଧିମାନେ ହ୍ୱାଟସଆପ୍‌ ମେସେଜ୍ କିମ୍ୱା କଲ୍‌ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି।


କିନ୍ତୁ ସାଇବର ଅପରାଧିମାନଙ୍କ ଠାରୁ ଦୂରେଇ ରହିବାକୁ ହ୍ୱାଟସଆପ ତାର ପ୍ଲାଟଫର୍ମକୁ ଅଧିକ ସୁରକ୍ଷିତ କରିବା ପାଇଁ କାମ କରୁଛି। ଏହା ସହିତ ୟୁଜର୍ସଙ୍କ ଠାରୁ ମିଳିଥିବା ଅଭିଯୋଗକୁ ଗମ୍ଭିରତାର ସହିତ ନେଉଛି। ହ୍ୱାଟସଆପ୍‌ ମେ ୨୦୨୩ରେ ତାର ମାସିକ ୟୁଜର ସୁରକ୍ଷା ରିପୋର୍ଟ ଜାରି କରିବା ସହିତ କହିଛି ଯେ, ୟୁଜରମାନଙ୍କର ଅଭିଯୋଗ ମିଳିବା ପରେ ୬୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି।


ଆଇଟି ନିୟମ ୨୦୨୧ ଅନୁସାରେ ହ୍ୱାଟସଆପ ପ୍ରତ୍ୟକ ମାସ ତାର ମାସିକ ରିପୋର୍ଟ ପ୍ରକାଶ କରେ। ଏହି ରିପୋର୍ଟରେ କମ୍ପାନୀ ୟୁଜର୍ସଙ୍କ ଠାରୁ ମିଳିଥିବା ଅଭିଯୋଗ ସଂଖ୍ୟା ଓ ଏହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ଦିଏ। କମ୍ପାନୀ କହିଛି ୟୁଜର୍ସଙ୍କ ଠାରୁ ମିଳୁଥିବା ସମସ୍ତ ଅଭିଯୋଗର କମ୍ପାନୀ ସମୀକ୍ଷା କରିବା ସହିତ ହ୍ୱାଟସଆପର ପଲିସି ଉଲଂଘନ କରୁଥିବା ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଏ। ଏଥିରେ ସ୍ପାମ୍‌, ଘୋଟାଲା ଏବଂ ହ୍ୱାଟସଆପ ୟୁଜରଙ୍କର ସୁରକ୍ଷାରେ କ୍ଷତି ପହଞ୍ଚାଉଥିବା ଭଳି କୌଣସି ବି କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।


ନୂଆ ରିପୋର୍ଟ ଅନୁସାରେ, ହ୍ୱାଟସଆପ ଭାରତରେ ୬୫ ଲକ୍ଷ ୮ହଜାର ଆକାଉଣ୍ଟକୁ ବ୍ୟାନ କରିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଥିରୁ ୨୪ ଲକ୍ଷ ୨୦ ହଜାର ଆକାଉଣ୍ଟସକୁ ୟୁଜରମାନଙ୍କ ଠାରୁ ଅଭିଯୋଗ ମିଳିବା ପୂର୍ବରୁ ବନ୍ଦ କରାଯାଇଛି। ବାକି ଆକଉଣ୍ଟକୁ ହ୍ୱାଟସଆପ୍‌ର ପ୍ରିଭେନସନ ଏବଂ ଡିଟେକସନ୍‌ ଉପାୟରେ ବନ୍ଦ କରାଯାଇଛି।


ଏହାଛଡ଼ା ପ୍ଲାଟଫର୍ମକୁ ୩ହଜାର ୯୧୨ଟି ଗ୍ରିଭାନ୍ସ ରିପୋର୍ଟ ମିଳିଥିଲା। ଯେଉଁଥିରୁ ୨୯୭ଟି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆକାଉଣ୍ଟର ଦୁରୁପଯୋଗ ଜାଣିବାକୁ ୩ଟି ଉପାୟ କରାଯାଏ ଯଥା ରେଜିଷ୍ଟ୍ରେସନ ସମୟରେ, ମେସେଜ୍‌ ପଠାଇବା ବେଳେ, ଏବଂ ନକରାତ୍ମକ ଫିଡ୍‌ବେକ୍‌ ଦେବାବେଳେ ଯାହାକି ଆମକୁ ୟୁଜର ଅନ୍ୟ ୟୁଜରଙ୍କୁ ରିପୋର୍ଟ ଏବଂ ବ୍ଲକ୍‌ କଲା ବେଳେ ମିଳିଥାଏ ବୋଲି ହ୍ୱାଟସଆପ କହିଛି।


ବିଶେଷ ଭାବେ ହ୍ୱାଟସଆପ ତାର ୟୁଜର୍ସଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ  ଅନେକ ଫିଚର୍ସ ଦେଇଥାଏ। ଏହି ଫିଚର୍ସରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଟୁ-ଷ୍ଟେପ ଭେରିପିକେସନ, ଫରୱାର୍ଡ ଲିମିଟେଡ୍‌ ଏବଂ ବହୁତ କିଛି ସାମିଲ ରହିଛି। ଏହା ୟୁଜର୍ସଙ୍କୁ ଅନ୍ୟ ୟୁଜରମାନଙ୍କୁ ବ୍ଲକ ଏବଂ ରିପୋର୍ଟ କରିବାକୁ ଅନୁମତି ଦିଏ। ଯାହା ବିଷୟରେ ହ୍ୱାଟସଆପ କହେ ଯେ, ବ୍ଲକ କିମ୍ୱା ରିପୋର୍ଟ ଆକାଉଣ୍ଟ ହ୍ୱାଟସଆପ୍‌ର ପଲିସିକୁ ଉଲଂଘନ କରୁଛି କିମ୍ୱା ସେହି ଆକାଉଣ୍ଟର ଉପସ୍ଥିତି କ୍ଷତି ପହଞ୍ଚାଇପାରେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...