AFFILIATE MARKETING

https://binomo.com?a=90810425bb57&t=0

Sunday, July 23, 2023

ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ

 ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ

 


ଢାକା,୨୨।୭ : ଶନିବାର ଦକ୍ଷିଣ-ପଶ୍ଚିମ ବାଂଲାଦେଶର ରାସ୍ତା କୂଳରେ ଥିବା ପୋଖରୀକୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି।

ପୋଲିସ କହିଛି ଝାଲକଠି ଜିଲାରେ ୬୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଦକ୍ଷିଣ-ପଶ୍ଚିମ ବିଭାଗୀୟ ମୁଖ୍ୟାଳୟର ବରିଶାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବା ପରେ ବସ ପୋଖରୀରେ ପଡ଼ିଯାଇଥିଲା।


ପୋଲିସ ସବ-ଇନ୍ସପେକ୍ଟର ଗୌତମ କୁମାର ଘୋଷ କହିଛନ୍ତି ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ତିନି ଶିଶୁ ଅଛନ୍ତି।


ସେ କହିଛନ୍ତି ବସ ଭିତରେ ଅଧିକ ମୃତଦେହ ଥିବା ଆଶଙ୍କା କରାଯାଉଛି। ଅନ୍ୟ କୋଡିଏ ଜଣ ଯାତ୍ରୀ ଝାଲକଠିର ମୁଖ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ବସ ଭିତରେ ୬୫ ଜଣ ଯାତ୍ରୀ ଥିଲେ l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...