AFFILIATE MARKETING

https://binomo.com?a=90810425bb57&t=0

Saturday, July 8, 2023

ବିକାଶ ଆଢୁଆଳରେ ଆଦିବାସୀ ଗାଁ

 ବିକାଶ ଆଢୁଆଳରେ ଆଦିବାସୀ ଗାଁ। ବଞ୍ଚିବା ପାଇଁ ଭରସା ବାଉଁଶ କରଡି଼




 

 

କନକ ବ୍ୟୁରୋ: ଅବହେଳିତ ଆଦିବାସୀ ଗାଁ । ଆଜି ବି ବଂଚିବା ପାଇଁ ବାଉଁଶ କରଡା ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ଉପାନ୍ତ ଗାଁର ଆଦିବାସୀ ମଣିଷ । କାରଣ ଗାଁ ଠାରୁ ୧୫ କିଲୋମିଟର ଦୂର ପଂଚାୟତ ଅଫିସକୁ ଯାଇ ପିଡିଏସ ଚାଉଳ ଆଣିବା ସମ୍ଭବ ହେଉନାହିଁ । ମାଗଣା ଚାଉଳ ଆଣିବା ପାଇଁ ୩ଶହ ଟଙ୍କା ଅଟୋ ଭଡା କରିବାକୁ ପଡିବ, ତେଣୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଆଦିବାସୀ ଅଧୁଷିତ କାଳିମେଘି ପଞ୍ଚାୟତବାସୀ । ପଞ୍ଚାୟତର ବାଙ୍କିମାଳ, ତେଲିମାଳ, ବରବରା ଓ ଜୋକଲୁଣ୍ଡି ଗାଁ ଗୁଡିକ ପଞ୍ଚାୟତ ଅଫିସ ଠାରୁ ୧୫ କିଲୋମିଟର ଦୂରରେ ଥିବା ବେଳେ ବ୍ଲକ ଅଫିସର ଦୂରତା ୨୫ କିଲୋମିଟର । ବାଙ୍କିମାଳ ଓ ତେଲିମାଳରେ ଅଙ୍ଗନୱାଡି କି ବିଦ୍ୟାଳୟ ନାହିଁ । ତେଣୁ ପିଲାଙ୍କୁ ପାଠ ପଢାଇବା ପାଇଁ ଘର ଠାରୁ ଦୂରରେ ଥିବା ଆଦିବାସୀ ଆବାସିକ ସ୍କୁଲରେ ଛାଡଥାନ୍ତି ଅଭିଭାବକ ।


ଆଦିବାସୀ ଗାଁରେ ରହୁଥିବା ଲୋକମାନେ ମୁଖ୍ୟତଃ ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷବାସ ଉପରେ ନିର୍ଭର କରନ୍ତି । କିନ୍ତୁ ଧିରେ ଧିରେ ଆଦିବାସୀ ଯୁବକ ଚାଷରୁ ମୁହଁ ଫେରାଇ ଦାଦନ ମୁହାଁ ହେଉଛନ୍ତି । ଆଉ ଯେଉଁମାନେ ଅଛନ୍ତି ସେମାନେ ସରକାର ଦେଉଥିବା ଚାଉଳ ଓ ବାଉଁଶ କଡି ଖାଇ ଜୀବନ ବଂଚାଉଥିବା ଅଭିଯୋଗ କରିଛନ୍ତି । କେବଳ ଖାଦ୍ୟ ନୁହେଁ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଆଦିବାସୀ ବହୁଳ ଗ୍ରାମବାସୀ ।


କେବେ ପୂର୍ଣ୍ଣ ହେବ ଏହି ଆଦିବାସୀ ଗ୍ରାମ ଗୁଡିକର ଅଧୁରା ବିକାଶ । ନେତାଙ୍କ ପ୍ରତିଶ୍ରୁତି ଓ ପ୍ରଶାସନର ନଜର ଆଢୁଆଳରେ ଥିବା ଗ୍ରାମ ଗୁଡିକର ବିକାଶ ଦାୟିତ୍ୱ କାହାର ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସ୍ୃଷ୍ଟି ହୋଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...