AFFILIATE MARKETING

https://binomo.com?a=90810425bb57&t=0

Sunday, July 30, 2023

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା



ପିପିଲି: ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂପର୍କରେ ଜାତୀୟ ଦଳିତ ଆଦିବାସୀ ମହାସଂଘର ପୁରୀ ଜିଲା ସଭାପତି ଜୟଦେବ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।


ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ବେକରେ ଚପଲମାଳ ପିନ୍ଧାଇ ଜଣେ ଗାଡ଼ି ଶୋ’ରୁମ୍‌‌ ମାଲିକ ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପଣ୍ଡାବଜାର ରାସ୍ତାରେ ସର୍ବସାଧାରଣରେ ଚଲାଇ ଚଲାଇ ପ୍ୟାରେଡ୍‌‌ କରାଇବା ସହ ତାକୁ ମାଡ ମାରିଥିଲେ। ଉକ୍ତ ନାବାଳକଙ୍କ କାନରୁ ରକ୍ତ ବାହାରିଥିବା ବେଳେ ତାଙ୍କ କାନ୍ଧରେ ଏକ ଓଜନିଆ ପାଣି ମୋଟର ଲଦି ତାଙ୍କୁ ନିର୍ଦ୍ଦୟ ଭାବେ ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ପୁରୀ ଜିଲା ସଭାପତି ତଥା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଜୟଦେବ ବେହେରା, ପିପିଲି ବ୍ଲକ ସଭାପତି ରମେଶ ବେହେରା, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ, ଦଳିତ ନେତା ସନାତନ ବେହେରା, ବିଜୟ କୁମାର ଭୋଇ, ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ପ୍ରମୁଖ ଶନିବାର ରାତିରେ ପିପିଲି ଏସ୍‌‌ଡିପିଓ ଏବଂ ଥାନାଧିକାରୀଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ପରେ ଜୟଦେବ ବେହେରା ଏ ସଂପର୍କରେ ପିପିଲି ପୁଲିସରେ କରିଥିବା ଲିଖିତ ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...