AFFILIATE MARKETING

https://binomo.com?a=90810425bb57&t=0

Thursday, July 27, 2023

କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି

 କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି



ନୂଆଦିଲ୍ଲୀ: ବିରାଟ କୋହଲି ଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ ଶତକ ହାସଲ କରିଛନ୍ତି। କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି। ଏହା ସହିତ ବିରାଟ ତାଙ୍କ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି । ବିରାଟ ତାଙ୍କର ଖଳ ଜୀବନର ୫୦୦ ତମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହେବା ସହିତ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ବିରାଟଙ୍କ ଏହା ୨୯ ତମ ଶତକ । ଚଳିତ ବର୍ଷ ଏହା ପୁର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଜବରଦସ୍ତ ଶତକ ହାସଲ କରିଥିଲେ ।

ବିରାଟ ୨୦୧୯ ପରେ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରି ପାରି ନଥିଲେ । ପ୍ରାୟ ୧୦୦୦ ଦିନ ଅପେକ୍ଷା ପରେ ବିରାଟ ଏସିଆ କପ୍ ୨୦୨୨ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ଏହାପରେ ବିରାଟ ନିଜର ପୁରୁଣା ଲୟକୁ ଫେରିଥିଲ । ଟି-୨୦ ବିଶ୍ୱକପ୍‌ରେ ବିରାଟ ଭାରତ ପାଇଁ ଟପ୍ ସ୍କୋରର ରହିଥିଲେ । ପରେ ବିରାଟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଶତକ ହାସଲ କରିଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...