AFFILIATE MARKETING

https://binomo.com?a=90810425bb57&t=0

Friday, July 28, 2023

ଘୋଡ଼ା ଗାଡି

 ଘୋଡ଼ା ଗାଡି 



ମଧ୍ୟପ୍ରଦେଶ - ବସ, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମୟରେ ଆଜି ମଧ୍ୟ ଏପରି ଏକ ସହର ଅଛି ଯେଉଁଠାରେ ଘୋଡ଼ା ଗାଡ଼ି ଚାଲୁଛି । ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଏସବୁ ପ୍ରାୟତଃ ବନ୍ଦ ହୋଇଗଲାଣି । ଲୋକମାନେ ନିଜ ଯାତାୟାତକୁ ସହଜ ଓ ସରଳ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି । କିନ୍ତୁ ଭାରତର ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଯିବା ଆସିବା ପାଇଁ ଘୋଡ଼ାଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଖରଗୋନ ସହରରେ ଦେଖାଯାଇଛି । ଏଠାରେ ଦିନସାରା ଘୋଡ଼ାଗାଡ଼ି ଚଳପ୍ରଚଳ ହେଉଥିବାର ଦେଖିବାକୁ ମିଳେ । ଯାତ୍ରୀମାନେ ଆନନ୍ଦର ସହ ଯାତ୍ରାକୁ ଉପଭୋଗ କରିଥାନ୍ତି । ଏହା ପୁଣି ମାତ୍ର ୧୦ ଟଙ୍କା ଭଡ଼ାରେ । ଖରଗୋନରେ ଗତ ୫୦ ବର୍ଷ ମଧ୍ୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଏଠାକାର ଜନସାଧାରଣ ଏହି ଘୋଡ଼ାଗାଡ଼ି ଉପରେ ନିର୍ଭର କରନ୍ତି । ଏହି ଘୋଡ଼ାଗାଡ଼ିକୁ ଟମ୍‌ଟମ୍‌ ମଧ୍ୟ କୁହାଯାଏ ।

ଅନେକ ଆଧୁନିକ ଟ୍ରାନ୍ସପୋର୍ଟ ସୁବିଧା ଥିବା ସତ୍ତ୍ୱେ ଖରଗୋନରେ ଲୋକମାନେ ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ପ୍ରଥମ ଥର ପାଇଁ ଖରଗୋନ ଆସିଥିବା ବ୍ୟକ୍ତି ଘୋଡ଼ାଗାଡ଼ିରେ ଯାତ୍ରା କରିବାର ଆନନ୍ଦ ନେଇଥାନ୍ତି । ଏହି ଘୋଡ଼ାଗାଡ଼ି ସକାଳ ୮ଟା ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବସ ଷ୍ଟାଣ୍ଡ ନିକଟରେ ସହଜରେ ମିଳଥାଏ ।

ସୂଚନା ଅନୁଯାୟୀ ଖରଗୋନରେ ପରିବହନର ମାଧ୍ୟମ କମ ଥିବାବେଳେ ଯାତାୟାତ କରିବା ପାଇଁ ଲୋକମାନେ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କିନ୍ତୁ ସମୟରେ ପରିବର୍ତ୍ତନ ହୋଇଛି ଏହି ଘୋଡ଼ାଗାଡ଼ିର ସଂଖ୍ୟା କମି କମି ଯାଉଛି । ଜଣେ ଘୋଡ଼ାଗାଡ଼ି ଚାଳକ ରାଜେନ୍ଦ୍ର ଗାଙ୍ଗେଲଙ୍କ କହିବା ଅନୁସାରେ ଖରଗୋନରେ ସେ ୪୦ ବର୍ଷ ଧରି ଘୋଡ଼ାଗାଡ଼ି ଚଳାଉଛନ୍ତି । ପୂର୍ବରୁ ଖରଗୋନରେ ୧୫୦-୨୦୦ ଟଙ୍କା ମଧ୍ୟରେ ଘୋଡ଼ାଗାଡ଼ିର ଭଡ଼ା ଥିଲା କିନ୍ତୁ ବର୍ତ୍ତମାନ ଏହାର ଭଡ଼ା ମାତ୍ର ୧୦-୧୫ ଟଙ୍କା ହୋଇଯାଇଛି ।

ଘୋଡ଼ାଗାଡ଼ି ଚାଳକଙ୍କ କହିବା ଅନୁଯାୟୀ ଘୋଡ଼ାଗାଡ଼ିର ଭଡ଼ା ଅଧିକ ନୁହେଁ । ୫୦ ବର୍ଷ ପୂର୍ବରୁ ଘୋଡ଼ାଗାଡ଼ିର ଭଡ଼ା ଟଙ୍କାରେ ହେଉଥିଲା । ଏତେ ବର୍ଷ ପରେ ମଧ୍ୟ ଭଡ଼ାରେ ଅଧିକ ଲାଭ ହୋଇନାହିଁ । ଆଜି ମଧ୍ୟ ଖରଗୋନ ସହରରେ କୌଣସି ସ୍ଥାନକୁ ଯିବା ପାଇଁ ଜଣେ ବ୍ୟକ୍ତି କେବଳ ୧୦ ଟଙ୍କା ଭଡ଼ା ଦେଇ ଘୋଡ଼ାଗାଡ଼ିରେ ଯାତ୍ରା କରିଥାଏ । ଘୋଡ଼ାଗାଡ଼ିରେ ଖରଗୋନ ସହର ବୁଲିବା ପାଇଁ ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ସୁବିଧା ମିଳିଥାଏ । ମାତ୍ର ୩୦୦ରୁ ୪୦୦ ଟଙ୍କାରେ ଆପଣ ଘୋଡ଼ାଗାଡ଼ିରେ ସମ୍ପୂର୍ଣ୍ଣ ସହର ବୁଲିପାରିବେ । ତେବେ ଯଦି ଆପଣ କେବେ ଖରଗୋନ ସହରକୁ ଯାଉଛନ୍ତି ଏହି ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ଭୁଲିବେ ନାହିଁ l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...