AFFILIATE MARKETING

https://binomo.com?a=90810425bb57&t=0

Friday, July 28, 2023

ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି

 ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି 



ଦିନରେ ଘୁଷୁରୀ ଚରେଇବାକୁ ଯାଆନ୍ତି। ରାତି ହେଲେ ଲୋକଙ୍କ ଘରେ ପଶି କଳା କନା ବୁଲାନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ। ଏହାସହ ସେମାନଙ୍କଠାରୁ  ସୁନା, ୨୫୦ ରୁପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ, ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାର୍ଡ ଓ ବୋଲଗଡ଼ ପୁଲିସ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକଙ୍କୁ ପୁଲିସ  ଥାନାକୁ ଆଣି ପଚରାଉରା କରିବା ସହ ସେମାନଙ୍କ ଘର ଖାନ ତଲାସୀ କରିଥିଲା। ତଲାସୀବେଳେ ସେମାନଙ୍କ ଘରୁ ୫ କେଜି ରୁପା ଅଳଙ୍କାର,   ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ପଚରାଉଚରା କରିବା ପରେ ଏହି ସାମଗ୍ରୀ ଗୁଡ଼ିକ ସେମାନେ ଖୋର୍ଦ୍ଧା ,ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ମାନିଥିଲେ ଅଭିଯୁକ୍ତ।

ଏସ୍‌ପି ଆହୁରି କହିଛନ୍ତି,ଏମାନେ ସମସ୍ତେ କେଳା ସମ୍ପ୍ରଦାୟର। ସେମାନଙ୍କ ନାମରେ ବିଭିନ୍ନ ଥାନାରେ୧୦୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନଙ୍କ ସଂପୃକ୍ତ ଅଛି ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

 ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍ପି ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...