AFFILIATE MARKETING

https://binomo.com?a=90810425bb57&t=0

Monday, July 17, 2023

ଥାନାରେ ଖତ ଖାଉଛିି ଜବତ ଗାଡ଼ି

 ଥାନାରେ ଖତ ଖାଉଛିି ଜବତ ଗାଡ଼ି

 


ଭବାନୀପାଟଣା : କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ ନ ଥିବାରୁ ସେଗୁଡିକ ଦୀର୍ଘ ବର୍ଷ ହେଲା ଖୋଲା ଆକାଶ ତଳେ ଖରା ବର୍ଷାରେ ପଡିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ଜିଲାରେ ୧୯ଟି ଥାନା ରହିଥିବାବେଳେ ପ୍ରାୟ ଥାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଥାନାଗୁଡିକରେ ଚୋରି, ଏମଭିଆଇ ଯାଞ୍ଚ, ଗଞ୍ଜେଇ ଚାଲାଣ, ଦୁର୍ଘଟଣା ଆଦି ବିଭିନ୍ନ ମାମଲାରେ ଜବତ ହୋଇଥିବା ଶହ ଶହ ୨ ଚକିଆ ଯାନ ସମେତ ଚାରିଚକିଆ ଯାନ ପଡିରହିଛି। ଥାନାଗୁଡିକରେ ପଡିରହିଥିବା ଏହି ସବୁ ଯାନର ମୋଟ ମୂଲ୍ୟ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏତେ ଟଙ୍କା ମୂଲ୍ୟର ଯାନବାହନ ପଡିପଡି ନଷ୍ଟ ହେଉଥିବାବେଳେ ତାହାର ସୁରକ୍ଷା ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ମାମଲାର ଫଇସଲା ହେଉ ନ ଥିବାରୁ ମାଲିକଙ୍କୁ ହସ୍ତାନ୍ତର କରାଯାଉନାହିଁ । ଚାରିଚକିଆ ଯାନ ମଧ୍ୟରେ ବସ୍‌, ଟ୍ରକ, ଟ୍ରାକ୍ଟର, କାର, ବୋଲେରୋ, ଟାଟା ମ୍ୟାଜିକ ଆଦି ରହିଥିବାବେଳେ ମୋଟରସାଇକେଲ ମଧ୍ୟରେ ବିଭିନ୍ନ କମ୍ପାନୀର ବାଇକ୍‌ ଓ ସ୍କୁଟି ରହିଛି। କେତେକ ଚାରିଚକିଆ ଓ ଦୁଇ ଚକିଆ ଯାନ ଦୀର୍ଘ ବର୍ଷ ହେଲା ପଡିପଡି ନଷ୍ଟ ମଧ୍ୟ ହୋଇଗଲାଣି। ଏପରିକି କିଛି ଯାନବାହନ ଉପର ଦେଇ ଗଛ ମଧ୍ୟ ଉଠିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଥିବା ଗାଡିଗୁଡିକୁ ପୋଲିସ ପ୍ରଶାସନ ପକ୍ଷରୁ ନିଲାମ କରାଗଲେ ସାଧାରଣ ଲୋକ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ବିଭାଗକୁ ମଧ୍ୟ କିଛି ଟଙ୍କା ଯାଇପାରନ୍ତା। ନଚେତ ଏମିତି ଥାନା ଆଗରେ ଫଇସଲା ବାହାନାରେ ଗାଡିଗୁଡିକ ପଡି ରହି ଖତ ଖାଇ ଚାଲିବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଉଦାହରଣ ଭାବେ ଭବାନୀପାଟଣା ସଦର ଥାନା ପରିସରରେ ଜବତ ହୋଇଥିବା ଗାଡିଗୁଡିକ ଦେଖିଲେ ମନେହୁଏ। ଏ ନେଇ ଏସ୍‌ପି ଅଭିଳାଷ ଜି.ଙ୍କୁ ପଚାରିବାରୁ ଯେଉଁ ମାମଲାଗୁଡିକର ସମାଧାନ ହେଉଛି ସେହି କ୍ଷେତ୍ରରେ ମାଲିକଙ୍କୁ ଶୀଘ୍ର ତାଙ୍କ ଗାଡି ହସ୍ତାନ୍ତର କରାଯାଉଛି। ଯେଉଁ ମାମଲାଗୁଡିକର ସମାଧାନ ହେଉନି ତଥା ବିଳମ୍ବିତ ହେଉଛି, ସେହି କ୍ଷେତ୍ରରେ ଗାଡିଗୁଡିକ ହସ୍ତାନ୍ତର ହୋଇ ନ ପାରି ରହିଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ଶୀଘ୍ର ମାମଲାଗୁଡିକର ଫଇସଲା କରାଯାଇ ମାଲିକଙ୍କୁ ତାଙ୍କ ଗାଡି ହସ୍ତାନ୍ତର କରିବା ପାଇଁ ବୋଲି କହିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...